ବଜାରରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨୦ରୁ ୨୫ ଆହତ

ମଧ୍ୟପ୍ରଦେଶ ଛତ୍ରପୁରରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ଘଟଣା ସ୍ଥଳରେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି । ଛତ୍ରପୁର ବିଜାବର ବସ ଷ୍ଟାଣ୍ଡ ନିକଟରେ ବିସ୍ଫୋରଣ ହୋଇଛି । ଘଟଣା ପରେ ଦମକଳ ବିଭାଗ ପହଞ୍ଚିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ କିଛିଙ୍କୁ ଛତ୍ରପୁର ରେଫର କରାଯାଇଛି । ଘଟଣା ଏକ ଠେଲାଗାଡିରେ ହୋଇଛି ।

ଖବର ମୁତାବକ, ରବିବାର ଯୋଗୁଁ ଛତ୍ରପୁର ବଜାରରେ ଅଧିକ ଭିଡ଼ ରହିଥିଲା । ବସ ଷ୍ଟାଣ୍ଡ ନିକଟରେ ସାହୁ ନାମକ ଜଣେ ବ୍ୟକ୍ତି ପେଟିଜ ଠେଲାରେ ବିକ୍ରି କରୁଥିଲେ । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁଁ ଚାରିଆଡେ ବ୍ୟାପି ଯାଇ ବିସ୍ଫୋରଣ ହୋଇଥିଲା । ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା କୁହାଯାଉଛି ।

ତେବେ ଘଟଣାରେ ୧୨ରୁ ଅଧିକ ପିଲା ଆହତ ହୋଇଛନ୍ତି । ପିଲାମାନେ ପେଟିଜ ଦୋକାନ ପାଖରେ ଠିଆ ହୋଇଥିଲେ । ବିସ୍ଫୋରଣ ପରେ ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

You might also like