ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ ଧାର୍ମିକ ସମାରୋହରେ ମୁଖ୍ୟ ପୂଜାରୀ ରାଓ୍ଵଲ ଭୀମାଶଙ୍କରଙ୍କ ଉପସ୍ଥିତିରେ ପାଞ୍ଜି ଗଣନା ପରେ କେଦାରନାଥ ଧାମର କପାଟ ଖୋଲିବା ମୁହୂର୍ତ୍ତ ବାହାର କରାଯାଇଛି।
Uttarakhand | The portals of Kedarnath Temple will open on May 6 at 6.25 am. Badrinath Temple will open on May 8.
(file photos) pic.twitter.com/Yn83EMDiYr
— ANI UP/Uttarakhand (@ANINewsUP) March 1, 2022
ସେ କହିଛନ୍ତି,ରୁଦ୍ରପ୍ରୟାଗ ଜିଲ୍ଲା ସ୍ଥିତ ଏକାଦଶ ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ କପାଟ ଶୁକ୍ରବାର ମେ ୬ ତାରିଖରେ ସକାଳ ୬.୨୫ ବେଳେ ଖୋଲାଯିବ। ମୁହୂର୍ତ୍ତ ବାହାରିବା ବେଳେ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ, କେଦାରନାଥର ପୂର୍ବତନ ବିଧାୟକ ମନୋଜ ରାଓ୍ଵତ, ଉଖୀମଠର ଉପଜିଲ୍ଲାଧିକାରୀ ଜିତେନ୍ଦ୍ର ବର୍ମାଙ୍କ ସମେତ ଅନ୍ୟ ଧାର୍ମିକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଶୀତରେ ପ୍ରବଳ ବରଫପାତ ଓ ଭୀଷଣ ଥଣ୍ଡା ଯୋଗୁ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ସମସ୍ତ ୪ଟି ଧାମର କପାଟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଏ। ଏହା ପରବର୍ଷ ଏପ୍ରିଲ-ମେ ମାସରେ ଥଣ୍ଡା କମିଲେ ପୁଣି ଖୋଲାଯାଏ।
Also Read: ରାକ୍ଷୀ ସାଓ୍ଵନ୍ତଙ୍କୁ ଧମକ ଦେଲେ ରିତେଶ; କହିଲେ-ଭୁଲରେ ବି ଯେମିତି ସାମ୍ନାକୁ ନ ଆସ, ନ ହେଲେ ବ୍ୟାଣ୍ଡ୍ ବଜେଇଦେବି