ପୁଅ ବାହାଘରରେ ୧୦ ହଜାର କୋଟି ଦାନ କଲେ ଗୌତମ ଆଦାନୀ, ଏହି କାମରେ ହେବ ଖର୍ଚ୍ଚ

ଆଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଅହମଦାବାଦର ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଗୌତମ ଆଦାନୀ ୧୦ ହଜାର କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।
ତାଙ୍କ ସାନ ପୁଅ ଜିତ୍ଙ୍କ ବିବାହ ଅବସରରେ ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ବୋହୂଙ୍କୁ “ବେଟି ଦିବା” ବୋଲି ସମ୍ବୋଧନ କରିଥିଲେ । ସେ ଲେଖିଛନ୍ତି, “ସର୍ବଶକ୍ତିମାନ ଈଶ୍ୱରଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଜି ଅହମ୍ମଦାବାଦରେ ପାରମ୍ପରିକ ରୀତିନୀତି ଏବଂ ପ୍ରିୟଜନଙ୍କ ମଧ୍ୟରେ ଶୁଭ ମଙ୍ଗଳ ଭାବ ସହିତ ବିବାହ ଅନୁଷ୍ଠିତ ହୋଇଛି ।
ଏହା ଏକ ଛୋଟ ଏବଂ ବ୍ୟକ୍ତିଗତ ସମାରୋହ ଥିଲା, ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ମୋ ଝିଅ ଦିବା ଏବଂ ଜିତ ପାଇଁ ଆପଣମାନଙ୍କ ସମସ୍ତଙ୍କଠାରୁ ସ୍ନେହ ଏବଂ ଆଶୀର୍ବାଦ କାମନା କରୁଛି।”
At his son’s wedding, Adani Group chairman Gautam Adani committed to ‘seva’ by donating Rs 10,000 crores for social causes. The larger part of his donation is expected to go into funding massive infrastructure initiatives in healthcare, education and skill development. These… https://t.co/jNpKC4wOtC
— ANI (@ANI) February 7, 2025
ଆଦାନୀ ଗ୍ରୁପ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଗୌତମ ଆଦାନୀ ଯେଉଁ ଦାନ ଦେଇଛନ୍ତି ତାହା ତାଙ୍କର ଦାନଶୀଳ ଚିନ୍ତାଧାରା “ସେବା ହେଉଛି ସାଧନା, ସେବା ହେଉଛି ପ୍ରାର୍ଥନା ଏବଂ ସେବା ହେଉଛି ଈଶ୍ୱର” ଉପରେ ଆଧାରିତ । ତାଙ୍କ ଦାନର ଏକ ପ୍ରମୁଖ ଅଂଶ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା ବିକାଶର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ ।
ଗୌତମ ଆଦାନୀଙ୍କ ଏହି ସ୍ୱତନ୍ତ୍ର ପଦକ୍ଷେପ ସମାଜର ସମସ୍ତ ବର୍ଗକୁ ସୁଲଭ ବିଶ୍ୱସ୍ତରୀୟ ହସ୍ପିଟାଲ, ମେଡିକାଲ କଲେଜ, ଶ୍ରେଷ୍ଠ K-12 ସ୍କୁଲ ଏବଂ ଗ୍ଲୋବାଲ୍ ସ୍କିଲ୍ ଏକାଡେମୀର ନେଟୱାର୍କରେ ନିଶ୍ଚିତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।
ଦିବା ଏବଂ ଜିତଙ୍କ ବିବାହ ପୂର୍ବରୁ ମଙ୍ଗଳ ସଂକଳ୍ପ ନେଇଥିଲେ, ଯେଉଁଥିରେ ୫୦୦ ଦିବ୍ୟାଙ୍ଗ ଭଉଣୀଙ୍କ ବିବାହ ପାଇଁ ୧୦-୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ଏହାଛଡା ପ୍ରତିବର୍ଷ ଦିବ୍ୟାଙ୍ଗ ଭଉଣୀଙ୍କ ବିବାହ ପାଇଁ ୧୦-୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି ।
Also Read : ଏହି ‘ରହସ୍ୟମୟ’ ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଲେଖି ଯାଇଛନ୍ତି ରତନ ଟାଟା ! ଇଚ୍ଛାପତ୍ର ସମସ୍ତଙ୍କୁ…