ଦେଶ ବିଦେଶ

ପାକିସ୍ତାନରେ ୨୦୨୪ ଜାନୁୟାରୀରେ ହେବ ସାଧାରଣ ନିର୍ବାଚନ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ପାକିସ୍ତାନରେ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ହେବ ସାଧାରଣ ନିର୍ବାଚନ। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ତରଫରୁ ଗୁରୁବାର ଏହି ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ଏକ ବୟାନ ଜାରି କରି କହିଛି, ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ନେଇ ସମୀକ୍ଷା କରାଯାଇଛି। ନିଷ୍ପତ୍ତି ମୁତାବକ, ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ସୂଚୀ ସେପ୍ଟେମ୍ବର ୨୭ରେ ଜାରି କରାଯିବ।

ଆୟୋଗ କହିଛି ଯେ ଆପତ୍ତି ଓ ପରାମର୍ଶ ଶୁଣିବା ପରେ ନଭେମ୍ବର ୩୦ରେ ଅନ୍ତିମ ସୂଚୀ ଜାରି କରାଯିବ। ୫୪ ଦିନ ଧରି ନିର୍ବାଚନ ପ୍ରଚାର ହେବ। ଏହାପରେ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ନିର୍ବାଚନ କରାଯିବ।

ପାକିସ୍ତାନ ଆଇନ ଅନୁସାରେ, ନ୍ୟାସନାଲ୍‌ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରାଯିବା ଆବଶ୍ୟକ। ନ୍ୟାସନାଲ୍‌ ଆସେମ୍ବ୍ଲିକୁ ଅଗଷ୍ଟ ୯ରେ ଭଙ୍ଗ କରି ଦିଆଯାଇଥିଲା। କାର୍ଯ୍ୟକାଳ ଶେଷ ହେବାର କିଛି ଦିନ ପୂର୍ବରୁ ପୂର୍ବତନ ସରକାର ଘୋଷଣା କରିଥିଲେ କି, ନୂତନ ଜନଗଣନା ରିପୋର୍ଟ ଆସିବା ପରେ ଏହାକୁ ଆଧାର କରି ନିର୍ବାଚନମଣ୍ଡଳୀଗୁଡିକର ସୀମା ନିର୍ଦ୍ଧାରଣ କରାଯିବ ଏବଂ ଏହାପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Roshni

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

22 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

30 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

36 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

45 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

47 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 mins ago