ଦେଶ ବିଦେଶ

ବିମାନ ଡୋର୍ ସାମ୍ନାରେ ଅଧଘଣ୍ଟା ଧରି ଠିଆ ହେଲେ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି, ଜାଣନ୍ତୁ କାରଣ କଣ

ନୂଆଦିଲ୍ଲୀ: ବିମାନ ଡୋର୍ ସାମ୍ନାରେ ଅଧଘଣ୍ଟା ହାତଜାକି ଠିଆ ହେଲେ ଜର୍ମାନ୍‌ ରାଷ୍ଟ୍ରପତି, ହେଲେ କାହିଁକି? କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର୍‌ ଷ୍ଟାଇନ୍‌ମାୟର୍‌ ଦୋହାରେ ଅବତରଣ କରିଥିବା ବିମାନର ଡୋର୍ ସମ୍ମୁଖରେ ପ୍ରାୟ ଅଧଘଣ୍ଟା ଠିଆ ହୋଇଥିବା ଖବର ଏବେ ସାମ୍ନାକୁ ଆସିଥିବାବେଳେ, ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି।

ଏନେଇ ଏକ  ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗତ ବୁଧବାର କତର୍‌ ଗସ୍ତରେ ଯାଇଥିବା ର୍ମାନ୍‌ ରାଷ୍ଟ୍ରପତି ପହଁଚିବା ପରେ ତାଙ୍କୁ  ସ୍ଵାଗତ କରିବା ନିମନ୍ତେ ବିମାନ ବନ୍ଦରରେ କତର୍‌ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେହି ଉପସ୍ଥିତ ନଥିବା ଯୋଗୁଁ ସେ ବିମାନରୁ ତଳକୁ ଓହ୍ଲାଇ ପାରିନଥିଲେ।

ବିମାନ ବନ୍ଦରରେ କତର୍‌ସ୍ଥିତ ଜର୍ମାନିର ରାଷ୍ଟ୍ରଦୂତ ଓ ‘ମିଲିଟାରି ଅନର୍‌ ଗାର୍ଡ’ ଉପସ୍ଥିତ ଥିବା ପରେବି ଏଭଳି ଘଟଣା ଘଟିଥିଲା । କତର୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଲ୍‌ତାନ୍‌ ଅଲ୍‌-ମୁରାଇଚାଇ ବିମାନ ବନ୍ଦରରେ ନ ପହଞ୍ଚିବା ପର୍ଯ୍ୟନ୍ତ ଔପଚାରିକତା ଆରମ୍ଭ ହୋଇ ପାରି ନ ଥିଲା ବୋଲି ରିପୋର୍ଟରେ ଦର୍ଶା ଯାଇଛି।

କିନ୍ତୁ, ବିଳମ୍ବ ହେଲେ ବି ଜର୍ମାନ୍‌ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର୍‌ କତର୍‌ର ଶାସକ ଶେଖ୍‌ ତମିମ୍‌ ବିନ୍‌ ହମାଦ୍‌ ଅଲ୍‌ ଥାନିଙ୍କ ସହିତ ହେବାକୁ ଥିବା ବୈଠକରେ ପହଞ୍ଚିବା ପାଇଁ ଠିକ୍‌ ସମୟରେ ବିମାନ ବନ୍ଦରରୁ ବାହାରି ଯାଇଥିଲେ। ଏପଟେ ଯାହା ସୂଚନା ମିଳିଛି କି, କତର୍‌ରେ ମାତ୍ର ୩ ଘଣ୍ଟା ରହଣି ସମୟରେ ରାଷ୍ଟ୍ରପତି ଷ୍ଟାଇନ୍‌ମାୟର୍‌ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜର୍ମାନ ନାଗରିକଙ୍କ ମୁକ୍ତି ଉପରେ ବିଶେଷ ଭାବେ ଆଲୋଚନା କରିଥ‌ିଲେ।

କତର୍‌ ଶାସକଙ୍କ ସହିତ ବୈଠକ ସମ୍ପନ୍ନ ହେବା ପରେ ଦୋହାଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ,ମୁଁ ନିଶ୍ଚିତ ଯେ କତାର ଜର୍ମାନ ପଣବନ୍ଦୀମାନଙ୍କୁ ମୁକ୍ତ କରିବାରେ ସହଯୋଗ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

12 mins ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

4 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

4 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

4 hours ago