ବୁଷ୍ଟର ଡୋଜ୍‌ ନେଇଥିବା ଲୋକେ ମାଗଣାରେ ଖାଇବେ ଛୋଲେ ଭଟୁରେ! ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର୍‌

କରୋନା ଭ୍ୟାକ୍ସିନର ତୃତୀୟ ଡୋଜ୍‌ ଅର୍ଥାତ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣା ‘ଛୋଲେ ଭଟୁରେ’ ଖୁଆଉଛନ୍ତି ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି। ତାଙ୍କ ନାଁ ସଞ୍ଜୟ, ଯାହାଙ୍କ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କରି ସାରିଛନ୍ତି।

ସଞ୍ଜୟଙ୍କ କହିବା ହେଲା, ଦେଶ ପ୍ରତି ତାଙ୍କର ଭଲ ପାଇବା ରହିଛି। ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକ ଛୋଟ ଝିଅ। ଦୈନିକ ୨୫୦ରୁ ୩୦୦ ଟଙ୍କା ଭିତରେ ତାଙ୍କର ରୋଜଗାର। ସେଥିରେ ୪୦ ଟଙ୍କାର ଏକ ଛୋଲେ ଭଟୁରେ ପ୍ଲେଟ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣାରେ ପ୍ରଦାନ କରି ଥାଆନ୍ତି।

ଯେଉଁ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇଛନ୍ତି ବୋଲି ତାଙ୍କୁ ଫୋନ୍‌ରେ ମେସେଜ୍‌ ଦେଖାନ୍ତି, ସେମାନଙ୍କୁ ସଞ୍ଜୟ ମାଗଣାରେ ଛୋଲେ ଭଟୁରେ ଖୁଆଇ ଥାଆନ୍ତି। ସଞ୍ଜୟ କୁହନ୍ତି, କରୋନାକୁ ହରାଇବା ପାଇଁ ଭ୍ୟାକ୍ସିନ୍‌ ଡୋଜ୍‌ ନେବା ବହୁତ ଜରୁରୀ। ଆଶା ମୁତାବକ, ଲୋକେ ଭ୍ୟାକ୍ସିନର ତୃତୀୟ ଡୋଜ୍‌ ନେଉ ନାହାନ୍ତି। ଲୋକେ ଆଗକୁ ଆସି କରୋନା ଭ୍ୟାକ୍ସିନ୍‌ ନେବା ଉଚିତ।

ସଞ୍ଜୟଙ୍କ କହିବା ଅନୁସାରେ, ଗତବର୍ଷ ସେ ମେ’ରୁ ଆରମ୍ଭ କରି ୭ରୁ ଅଧିକ ମାସ ପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ୍‌ ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଖୁଆଇଛନ୍ତି। ଏଥର ବି କିଛି ମାସ ପର୍ଯ୍ୟନ୍ତ ମାଗଣା ଛୋଲେ ଭଟୁରେ ଖୁଆଇବେ।

Leave A Reply

Your email address will not be published.