ଭୋଟ୍ ଦେବା ଆମର ସାମ୍ବିଧାନିକ ଅଧିକାର, ତେଣୁ ମତଦାନ ପୂର୍ବରୁ ପ୍ରସ୍ତୁତ କରିନିଅନ୍ତୁ ଆପଣଙ୍କ ଭୋଟର କାର୍ଡ
ଭାରତର ନାଗରିକ ଭାବରେ ଭୋଟ୍ ଦେବା ହେଉଛି ଆପଣଙ୍କ ସାମ୍ବିଧାନିକ ଅଧିକାର । ଏନେଇ ଭୋଟର ଆଇଡ଼଼ି କାର୍ଡ ଆଗୁଆ ପ୍ରସ୍ତୁତ କରିନିଅନ୍ତୁ । ତେବେ ଆସନ୍ତୁ ଜାଣିବା ଆପଣ କିପରି ଘରେ ବସି ଭୋଟର ଆଇଡ଼ି କାର୍ଡ ଅନଲାଇନ୍ ଡାଉନଲୋଡ୍ କରିପାରିବେ ।

ଏଥର ନିର୍ବାଚନରେ ଅନେକ ଲୋକ ଭୋଟ ଦେବେ । ମତଦାତା ପରିଚୟ ପତ୍ର ବା ଭୋଟର ଆଇଡି ଏଥିପାଇଁ ନିହାତୀ ଜରୁରୀ । ଭୋଟର IDର ଉପଯୋଗ କେବଳ ଭୋଟ ଦେବାପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଏକ ଠିକଣା ପ୍ରମାଣ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଏହି ଭୋଟର ଆଇଡି ନଥିଲେ ଭୋଟ୍ ଦେବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।
ତେବେ ଯଦି ଆପଣଙ୍କର ଭୋଟର କାର୍ଡ ନାହିଁ କିମ୍ବା ହଜିଯାଇଛି, ତାହେଲେ ଏପରି ପରିସ୍ଥିତିରେ ଆପଣଙ୍କର ଏହି ସମସ୍ୟାର ସମାଧାନ କିଛି ମିନିଟ୍ ମଧ୍ୟରେ ସମାଧାନ ହୋଇଯିବ । ତେଣୁ ଭୋଟ୍ ଦେବା ପୂର୍ବରୁ ପ୍ରସ୍ତୁତ କରିନିଅନ୍ତୁ ଆପଣଙ୍କ ଭୋଟର ଆଇଡି଼ କାର୍ଡ । ଭାରତର ନାଗରିକ ଭାବରେ ଭୋଟ୍ ଦେବା ହେଉଛି ଆପଣଙ୍କ ସାମ୍ବିଧାନିକ ଅଧିକାର । ଏନେଇ ଭୋଟର ଆଇଡ଼଼ି କାର୍ଡ ଆଗୁଆ ପ୍ରସ୍ତୁତ କରିନିଅନ୍ତୁ । ତେବେ ଯଦି ଭୋଟର ଆଇଡି଼ କାର୍ଡ ଆପଣଙ୍କ ପାଖରୁ ମିସ୍ ହୋଇଯାଇଛି ତେବେ ଆସନ୍ତୁ ଜାଣିବା ଆପଣ କିପରି ଘରେ ବସି ଭୋଟର କାର୍ଡ ଅନଲାଇନ୍ ରେ ଡାଉନଲୋଡ୍ କରିପାରିବେ ।
ଭୋଟର ଆଇଡ଼ି କାର୍ଡ ଡାଉନଲୋଡ୍ କରିବାର ପ୍ରକ୍ରିୟା ବହୁତ ସହଜ । ନିର୍ବାଚନ ଆୟୋଗ ଦ୍ୱାରା ଘରେ ଡିଜିଟାଲ୍ ଭୋଟର ଆଇଡ଼ି କାର୍ଡ ଡାଉନଲୋଡ୍ କରିବାର ସୁବିଧା ବହୁ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଭୋଟର ଆଇଡ଼ି କାର୍ଡ ଡାଉନଲୋଡ୍ କରିବା ପ୍ରକ୍ରିୟା ବିଷୟରେ ଅବଗତ ନାହାଁନ୍ତି ଅଧିକାଂଶ ଲୋକ । ଯାହାଫଳରେ ସେମାନେ ଏହି ସୁବିଧାର ଲାଭ ଉଠାଇପାରୁ ନାହାଁନ୍ତି । ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ନିର୍ବାଚନ ଆୟୋଗ ଅଫିସିଆଲ୍ ୱେବସାଇଟ୍ କୁ ବ୍ୟବହାର କରିବାକୁ ହେବ । ଏଡି ପ୍ରକ୍ରିୟା ବହୁତସରଳ ଓ ସହଜ ।
ତେବେ ଅନଲାଇନରେ ଭୋଟର ଆଇଡ଼ି କାର୍ଡ଼ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ ଆପଣ ନିର୍ବାଚନ ଆୟୋଗ ଅଫିସିଆଲ୍ ୱେବସାଇଟ୍ WWW.ECI.GOV.IN କୁ ଯିବାକୁ ପଡିବ । ଏହା ପରେ ପରଦାରେ ଆପଣ ମେନ୍ୟୁ ଅପସନ୍ (Menu Option) ଉପରେ କ୍ଳିକ୍ କରିବେ । ଏହା ପରେ ଡାଉନଲୋଡ୍ e-EPIC ଅପସନ୍ କୁ ଚୟନ କରିବେ । ଏହାପରେ ଏକ ନୂତନ ପେଜ୍ ଖୋଲିବ । ଏଥିରେ ଆପଣ ଅନେକ ପ୍ରକାରର ବିକଳ୍ପ ଦେଖିବାକୁ ପାଇବେ । ଏହି ପେଜ୍ କୁ ଆପଣ ତଳକୁ ତଳ ନେଇ ସର୍ଭିସ୍ ସେକସନ୍ ପାଖକୁ ଯିବେ ।
ଏଠାରେ e-EPIC ଡାଉନଲୋଡ୍ ଅପସନ୍ ଉପରେ କ୍ଳିକ୍ କରିବେ । ଏହା ପରେ ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର, ଇମେଲ୍ କିମ୍ବା EPIC ନମ୍ବର, ପାସୱାର୍ଡ ଏବଂ କାପଚା କୋଡ୍ ପୂରଣ କରିବାକୁ ହେବ । ଏହା ପରେ ରିକ୍ଯୁଏଷ୍ଟ ଓଟିପି (Request OTP )ଉପରେ କ୍ଳିକ୍ କରିବେ । ବର୍ତ୍ତମାନ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ । ଯାହାକୁ ପୂରଣ କରିବା ପରେ ଭେରିଫାଏ ଓ ଲଗ୍ ଇନ୍ ଉପରେ କ୍ଳିକ୍ କରିବାକୁ ପଡିବ ।
ଲଗ୍ ଇନ୍ କରିବା ପରେ ଆପଣଙ୍କୁ EPIC ନମ୍ବର ସହିତ ଆପଣଙ୍କୁ ଆପଣଙ୍କର ରାଜ୍ୟ ଚୟନ କରିବାକୁ ହେବ । ଏହାପରେ ସର୍ଚ୍ଚ ଅପସନ୍ ଉପରେ କ୍ଳିକ୍ କରିବାକୁ ପଡିବ । ଏହା ପରେ ଏକ ନୂତନ ପେଜ୍ ଖୋଲିବ । ଯେଉଁଥିରେ ଆପଣଙ୍କୁ EPIC ଡାଉନଲୋଡ୍ ଅପସନ୍ ଉପରେ କ୍ଳିକ୍ କରିବାକୁ ପଡିବ । ଏହା ସହିତ ଡିଜିଟାଲ ଭୋଟର ଆଇଡି କାର୍ଡ ଆପଣଙ୍କ ଫୋନ ମଧ୍ୟରେ ପିଡିଏଫ୍ ଫରମାର୍ଟ ଦ୍ୱାରା ଡାଉନଲୋଡ୍ ହୋଇଯିବ ।