ଫେସବୁକରେ ଘନିଙ୍କ ଭିଡ଼ିଓ ମେସେଜ: କହିଲେ ଆଫଗାନିସ୍ତାନରୁ ଟଙ୍କା ନେଇ ପଳାୟନ କରିନି

କେନ୍ଯୁଜ୍: ମୁହଁ ଖୋଲିଲେ ଅସରଫ ଘନି। ଆଫଗାନିସ୍ତାନରୁ କୋଟି କୋଟି ଟଙ୍କା ନେଇ ପଳାୟନ କରିନି। ଆଫଗାନିସ୍ତାନ ଫେରିବାକୁ ଶପଥ ନେଇଛି ବୋଲି କହିଛନ୍ତି ଘନି। ଫେସବୁକରେ ଏକ ଭିଡ଼ିଓ ମେସେଜ ସେୟାର କରି ଘନି କହିଛନ୍ତି , ରାଜକୋଷରୁ କାର ଓ ହେଲିକପ୍ଟରରେ ଟଙ୍କା ନେଇ ପଳାୟନ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ରକ୍ତପାତ ରୋକିବାକୁ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲି ।

ଜୋତା ଖୋଲିବାକୁ ପାଖରେ ସମୟ ନଥିଲା। ରାଷ୍ଟ୍ରପତି ଭବନରେ ପିନ୍ଧିଥିବା ଜୋତା ପିନ୍ଧି ଚାଲିଆସିଥିଲି ବୋଲି କହିଛନ୍ତି ଘନି। ଏବେ ୟୁଏଇରେ ରହୁଛନ୍ତି ଘନି। କାବୁଲ ଛାଡିବା ପରେ ୟୁଏଇ ପକ୍ଷରୁ ଘନି ଓ ତାଙ୍କ ପରିବାରକୁ ସ୍ୱାଗତ କରଯାଇଥିଲା। ମାନବିକତା ଦୃଷ୍ଟିରୁ ତାଙ୍କୁ ରହିବାକୁ ଅନୁମତି ଦେଇଥିବା କହିଛି ୟୁଏଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.