ଗାଜିଆବାଦ : କପଡ଼ା ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ୩ ଶ୍ରମିକ ମୃତ, ଅନେକ ଆହତ

ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି । ମୃତକଙ୍କ ପରିବାର ଲୋକ ପହଞ୍ଚି ଧାରଣା ଦେଇଛନ୍ତି । ପୋଲିସ ଉତ୍ତେଜିତ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛି ।
ଜିଲ୍ଲାର ଏସିପି ଜ୍ଞାନ ପ୍ରକାଶ କହିବା ମୁତାବକ, ଫ୍ୟାକ୍ଟ୍ରିରେ ବଏଲର ଫାଟିବା ଯୋଗୁଁ ଘଟଣା ସ୍ଥଳରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଶ୍ରମିକମାନେ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ବଏଲର ଫାଟିଥିଲା । ରାତି ସିଫ୍ଟରେ କାମ କରୁଥିବା ଶ୍ରମିକ କାମ କରୁଥିଲେ । ହଠାତ୍ ବଏଲର ଫାଟିବା ଯୋଗୁଁ ଫ୍ୟାକ୍ଟ୍ରିରେ ଶ୍ରମିକମାନେ ଭୟଭୀତ ହୋଇପଡିଥିଲେ । ଏଣେତେଣେ ଦୌଡିଲେ ଲୋକ । ଅନେକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏଥିରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯେଉଁ ଫ୍ୟାକ୍ଟ୍ରିରେ ଦୁର୍ଘଟଣା ହୋଇଛି କାର୍ଡବୋର୍ଡ ରୋଲ ନିର୍ମାଣ କରାଯାଉଥିଲା ।
#WATCH | Uttar Pradesh | Three workers killed in a boiler blast in a factory in Ghaziabad
ACP Gyan Prakash says, “Three workers died on the spot in a boiler blast incident in this factory today.” pic.twitter.com/zExKMZengo
— ANI UP/Uttarakhand (@ANINewsUP) March 28, 2025
ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । କିନ୍ତୁ ମ୍ତଦେହକୁ ରଖି ପରିଜନ ଲୋକ ହଙ୍ଗାମା କରିଛନ୍ତି । ସେମାନେ ଦାବି କରିଛନ୍ତି କି, କମ୍ପାନୀ ପକ୍ଷରୁ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇନାହିଁ । ଯଦି ସାବଧାନତା ଅବଲମ୍ବନ କରାଯାଇଥାନ୍ତା, ତେବେ ସେମାନଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା ।
Also Read : ରାନ୍ୟା ରାଓଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ