ଯୁବତୀଙ୍କ ଇନରେଓ୍ଵରରୁ ଜବତ ହେଲା ୧ କୋଟି ଟଙ୍କାର ସୁନା, କୋଝିକୋଡ ଏୟାରପୋର୍ଟରେ ଗରିଫ

ତିରୁଓ୍ଵନନ୍ତପୁରମ୍‌ : କେରଳ କୋଝିକୋଡ ବିମାନ ବନ୍ଦର ବାହାରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ଇନରେଓ୍ଵରରୁ ୧ କୋଟି ଟଙ୍କାର ସୁନା ଜବତ ହୋଇଛି । ଯୁବତୀ ତାଙ୍କ ଇନରେଓ୍ଵରରେ ଏହି ସୁନା ଲୁଚାଇ ରଖିଥିବା ବେଳେ ଏକ ମିଳିଥିବା ଗୁପ୍ତ ସୂଚନା ଅନୁସାରେ ମଲପୁରମ ପୋଲିସ ଯୁବତୀଙ୍କୁ ଅଟକ ରଖିଛି । ରବିବାର ବିଳମ୍ବିତ ରାତିରେ ଯୁବତୀ ଜଣକ ସଫଳତା ପୂର୍ବକ ସୀମା ଶୁଳ୍କ ଯାଞ୍ଚ ଅଧିକାରୀଙ୍କ ଠାରୁ ଖସି ଆସିଥିଲେ । ହେଲେ ବିମାନ ବନ୍ଦର ବାହାରେ ପୋଲିସ ହାତରେ ଧରାପଡିଥିଲେ ।

ସୁନାର ମୂଲ୍ୟ ୧ କୋଟି ଟଙ୍କା

ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ଆକଳନ କରାଯାଇଛି । ଯୁବତୀଙ୍କ ନାମ ଶାହଲା ଓ ସେ କାସରଗୋଡର ବାସିନ୍ଦା ବୋଲି ଜଣାଯାଇଛି । ସେ ଦୁବାଇରୁ ସୁନା ନେଇ କରି କେରଳ ଆସୁଥିବା ବେଳେ କୋଝିକୋଡ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ବାହାରେ ଧରାପଡିଥିଲେ । ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ଏଥିରେ ଜଡିତ ଅସଲ ଅପରାଧୀ କିଏ ପୋଲିସ ତାର ତଦନ୍ତ କରୁଛି । ଉକ୍ତ ଯୁବତୀଙ୍କୁ ସୁନା ଚାଲାଣ ପାଇଁ ଲୋଭ ଦେଖାଯାଇଥିଲା ବୋଲି ପୋଲିସ କହିଛି । ପୋଲିସ ସୂଚନା ଅନୁଯାୟୀ, ୧୮୮୪ ଗ୍ରାମ ସୁନାକୁ ଯୁବତୀ ତାଙ୍କ ଅଣ୍ଡର ଗାରମେଣ୍ଟରେ ୩ ପ୍ୟାକେଟରେ ଲୁଚାଇ ରଖିଥିଲେ । ଏହି ସୁନାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.