ଦେଶ ବିଦେଶ

୧୦ ବର୍ଷ ଝିଅର କମାଲ, ଏକ ମାସରେ ରୋଜଗାର କଲେ କୋଟିଏ ଟଙ୍କା

ଅଷ୍ଟ୍ରେଲିଆର ସିଡନୀରେ ରହୁଥିବା ଜଣେ ୧୦ ବର୍ଷର ଝିଅ ନିଜର ଏକ ଖେଳନା ବ୍ୟବସାୟରୁ ଗୋଟିଏ ମାସରେ ୧ କୋଟି ଟଙ୍କା ରୋଜଗାର କରି ସମସ୍ତଙ୍କ ଚମକାଇ ଦେଇଛନ୍ତି । ଗତ ମାସରେ ସେ ତାଙ୍କର ବ୍ୟବସାୟରେ ୧ କୋଟି ୪ ଲକ୍ଷ ଟଙ୍କା ରୋଜଗାର କରିଥିଲେ । ସେ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ ମାତ୍ର ୧୫ ବର୍ଷ ବୟସରେ ସେ ଚାହିଁଲେ ଅବସର ନେଇପାରିବେ । ଯାହାକି ତାଙ୍କ ବାକି ଜୀବନକୁ ଖୁବ ଖୁସିରେ କଟାଇ ପାରିବେ ।

ପିକ୍ସୀ କର୍ଟିସ ନାମକ ଏହି ଝିଅକୁ ବ୍ୟବସାୟରେ ତାଙ୍କ ମା’ ବହୁତ ସହଯୋଗ କରନ୍ତି । ‘‘ମିରର’’ ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସୀ ନିଜର ମା’ ଙ୍କ ସହ ମିଶି ଫିଜେଟ୍ସ ଓ ରଂଗୀନ ପଂପିଙ୍ଗ ଖେଳଣା ତିଆରି କରନ୍ତି । ଏହି ଖେଳଣାର ଡିମାଣ୍ଡ ଏତେ ହୋଇଥାଏ ଯେ ତାହା ସାଙ୍ଗେ ସାଙ୍ଗେ ବିକ୍ରି ହୋଇଯାଏ ।

ଏହାଛଡ଼ା ପିକ୍ସୀ ଙ୍କ ନାମରେ ଏକ ହେୟାର ଆସେସୋରୀ ବ୍ରାଣ୍ଡ ମଧ୍ୟ ରହିଛି । ଯେଉଁଥିରେ ହେଡ କ୍ଲିପ ଓ ବହୁତ ସୁନ୍ଦର ହେଡ ବ୍ୟାଣ୍ଡ ବିକ୍ରି ହୁଏ । ଏହି ସବୁକୁ ତାଙ୍କ ମା’ ରାକ୍ସୀ ନିଜେ ବନାନ୍ତି । ରାକ୍ସୀ ଏକ ସାକ୍ଷାତକାରରେ କୁହନ୍ତି ଯେ ସେ ତାଙ୍କ ଝିଅ ପାଇଁ ଖୁବ ଗର୍ବିତ । କାରଣ ସେ ଏହି ବୟସରୁ ଏତେ ଉଦ୍ୟମଶୀଳତା ଅଟନ୍ତି । ମୁଁ ସଫଳ ହେବାକୁ ଚାହୁଁଥିଲି । ହେଲେ ମୋ ଝିଅ ଏତେ କମ ବୟସରୁ ବ୍ୟବସାୟକୁ ସଫଳ କରି ମୋ ସ୍ୱପ୍ନ ପୂରଣ କରିଦେଲା ।

P.C : aajtak.in

ରାକ୍ସୀ କୁହନ୍ତି ସେ ଯେତେବେଳେ ୧୪ ବର୍ଷର ହୋଇଥିଲେ ନିଜେ ମ୍ୟାକ୍‌ଡୋନାଲ୍ଡରେ ଚାକିରି କରୁଥିଲେ । ସେ ଏତେ କମ ପାଉଥିଲେ ଯେ ନ କହିବା ଭଲ । ହେଲେ ତାଙ୍କ ଝିଅ ଯୋଗୁ ସେ ଆଜି ଏତେ ବଡ଼ ସଫଳତା ପାଇଛନ୍ତି । ସେ ଏଥିପାଇଁ ବହୁତ ଖୁସି ଯେ ତାଙ୍କ ଝିଅ ଏତେ କମ ବୟସରେ ଏପରି ସଫଳତା ହାସଲ କରିଛନ୍ତି ।

ରାକ୍ସୀ କୁହନ୍ତି ସେ ଏବେ ଠାରୁ ତାଙ୍କ ଝିଅଙ୍କ ପାଇଁ ପ୍ଲାନିଂ କରୁଛନ୍ତି ଯେପରି ସେ ୧୫ ବର୍ଷ ବୟସରେ ଅବସର ନେଇପାରିବେ । ପିକ୍ସୀ ଏବେ ଏକ ପ୍ରାଇମେରୀ ସ୍କୁଲରେ ପଢ଼ୁଛନ୍ତି । ଏହି ବୟସରେ ତାଙ୍କ ପାଖରେ ୧ କୋଟି ୪୦ ଲକ୍ଷ ଟଙ୍କାର ଏକ ମର୍ସିଡିସ କାର ଅଛି । ରାକ୍ସୀ କୁହନ୍ତି ସେ ଏବେ ନିଜ ପିଲା ଓ ପତିଙ୍କ ସହ ସିଡନୀରେ ୪୯ କୋଟି ୭୨ ଲକ୍ଷ ଟଙ୍କାର ଏକ ଫ୍ଲାଟରେ ରହୁଛନ୍ତି । ରାକ୍ସୀଙ୍କ ପାଖରେ ଏବେ ବହୁ ସଫଳ ବ୍ୟବସାୟ ମଧ୍ୟ ରହିଛି ।

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

30 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

41 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

54 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

57 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago