ମ୍ୟାଜିକ୍ରେ ଯାଦୁଗର ମାତ୍ର କିଛି ମୁହୂର୍ତ୍ତରେ ଲୋକଙ୍କୁ ଗାଏବ କରିଦେଇଥାଏ। କିନ୍ତୁ ଏବେ ବିଜ୍ଞାନ ଏତେ ଆଗକୁ ଚାଲିଗଲାଣି ଯେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ମଧ୍ୟ ଲୋକଙ୍କୁ ଗାଏବ କରିବା ସମ୍ଭବ ହେଉଛି। ସୋସିଆଲ ମିଡିଆରେ ଏବେ ଏକ ସେହିଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବତୀ ଆଖି ପିଛୁଳାକେ ନିଜକୁ ଗାଏବ କରିଦେଉଥିବା ଦେଖାଯାଇଛି।
ଫିଜିକ୍ସ ଆଷ୍ଟ୍ରୋନୋମି ଡଟ୍ ଓଆରଜି ନିଜ ଟ୍ଵିଟର ପେଜ୍ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଏକ କପଡ଼ାକୁ ହାତରେ ଧରିଛନ୍ତି। କପଡ଼ାରେ ଆଗପଛ ସବୁ ଦିଶୁଛି। କିନ୍ତୁ ଯେତେବେଳେ ସେ କପଡ଼ାରେ ନିଜ ଗୋଡ଼କୁ ଘୋଡ଼ାଉଛନ୍ତି ଆଶ୍ଚର୍ଯ୍ୟଜନକ ଭାବେ ସେତେବେଳେ ତାଙ୍କ ଗୋଡ଼ ଲୁଚି ଯାଉଛି ଓ ପଛପଟେ ଥିବା ଜିନିଷ ପରିଷ୍କାର ଭାବେ ଦିଶୁଛି।
୨୫ ଫେବ୍ରୁଆରୀ ୨୦୨୦ରେ ଏହି ଭିଡିଓକୁ ସେୟାର କରାଯାଇଛି। ଏବେ ପର୍ଯ୍ୟନ୍ତ ଭିଡିଓକୁ ୨ ଲକ୍ଷ ଥର ଦେଖାସରିଲାଣି। ସେହିପରି ଭିଡିଓରେ ଏବେ ପର୍ଯ୍ୟନ୍ତ ୨୫୦୦ରୁ ଊର୍ଦ୍ଧ୍ୱ ଲାଇକ ଓ ୯୦୦ରୁ ଊର୍ଦ୍ଧ୍ୱ ଥର ରିଟ୍ଵିଟ୍ କରାଯାଇଛି। କିଛି ଲୋକ ଭିଡିଓକୁ ଫେକ୍ ବୋଲି କହିଥିବା ଦେଖାଯାଇଛି। ଆଉ କିଛି ଏହି ନୂଆ ଟେକ୍ନିକ୍କୁ ସ୍ମାର୍ଟ ସ୍କିନ୍ ବା ମ୍ୟାଜିକ କ୍ଳଥ୍ ବୋଲି ମଧ୍ୟ କହିଛନ୍ତି।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…