ଦୁଇ ବର୍ଷ ଧରି ନିଖୋଜ ଥିବା କୁନି ଝିଅ ଘରର ସିଡି ତଳୁ ଜୀବନ୍ତ ଉଦ୍ଧାର! ଜାଣନ୍ତୁ କ’ଣ ଏହି ମାମଲା…

ଦୁଇ ବର୍ଷ ଧରି ପୋଲିସ ୪ ବର୍ଷର ଏକ ଶିଶୁ କନ୍ୟାକୁ ଖୋଜୁଥିଲା। ଆଉ ଏବେ ସେ ଜୀବନ୍ତ ଅବସ୍ଥାରେ ନିଜ ଘରର ସିଡି ତଳୁ ଉଦ୍ଧାର ହୋଇଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଝିଅଟିକୁ ତା’ର ମାଆ, ବାପା ହିଁ ଦୀର୍ଘ ଦୁଇ ବର୍ଷ ଧରି ଲୁଚାଇ ରଖିଥିଲେ। ଝିଅଟି ଅତି ରହସ୍ୟଜନକ ଭାବେ ସିଡି ତଳୁ ଉଦ୍ଧାର ହୋଇଛି। ସିଡି ତଳେ ଥିବା ଏକ ଗୁପ୍ତ କୋଠରୀରୁ ପୋଲିସ ଝିଅଟିକୁ ଉଦ୍ଧାର କରିଛି। କୁହାଯାଉଛି ଯେ ଅଭିଭାବକତ୍ୱ ନ ମିଳିବାରୁ ମାଆ, ବାପା ହିଁ ନିଜର ୪ ବର୍ଷର କୁନି ଝିଅକୁ ଅପହରଣ କରି ନେଇଥିଲେ ଏବଂ ତାକୁ ଏକ ଗୁପ୍ତ କୋଠରୀ ଭିତରେ ଦୁଇ ବର୍ଷ ଧରି ଲୁଚାଇ ରଖିଥିଲେ। ଆଶ୍ଚର୍ଯ୍ୟର କଥା, ଦୁଇ ବର୍ଷ ଧରି ଝିଅଟି ଘର ଭିତରେ ଲୁଚି ରହିଥିଲେ ହେଁ କେହି ଏ ବିଷୟରେ ସୁରାକ୍‌ ସୁଦ୍ଧା ପାଇ ପାରି ନ ଥିଲେ। ଝିଅଟିକୁ ବର୍ତ୍ତମାନ ୬ ବର୍ଷ ବୟସ।

ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ଝିଅ

ଝିଅଟି ୨୦୧୯ରୁ ହିଁ ନିଖୋଜ ଥିଲା। ନିକଟରେ ତାକୁ ପୋଲିସ ଖୋଜି ପାଇଛି। ନ୍ୟୁୟର୍କର ହଡସନସ୍ଥିତ ନିଜ ଘରର ସିଡି ତଳେ ତିଆରି ଏକ ସ୍ୱତନ୍ତ୍ର ଚାମ୍ବରରୁ ପୋଲିସ ତାକୁ ଉଦ୍ଧାର କରିଛି। ଯଦିଓ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ଜଣା ପଡ଼ିଛି କି, ଝିଅକୁ ତା’ର ବାୟୋଲୋଜିକାଲ୍‌ ମାଆ, ବାପା ଅପହରଣ କରି ନେଇଥିଲେ। ନ୍ୟୁୟର୍କ ପୋଲିସ କହିଛି ଯେ ଘରର ସିଡ଼ି ତଳେ ନିର୍ମିତ ଚାମ୍ବରରୁ ୬ ବର୍ଷର ଏକ ଝିଅକୁ ଉଦ୍ଧାର କରାଯାଇଛି। ଝିଅର ନାଁ ପ୍ୟାସଲି ଶୁଲ୍ଟିସ। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସୁସ୍ଥ ଅଛି।

ଛୋଟ ଏବଂ ଥଣ୍ଡା ଥିଲା କୋଠରୀ

କୁହାଯାଉଛି, ପ୍ୟାସଲିଙ୍କୁ ତାଙ୍କ ବାୟୋଲୋଜିକାଲ୍‌ ମାଆ, ବାପା କିମ୍ବର୍ଲେ କୁପର ଓ କିର୍କ ଶୁଲ୍ଟିସ୍ ଅପହରଣ କରି ନେଇଥିଲେ। କାହିଁକି ନା, ସେମାନଙ୍କ ପାଖରେ ଝିଅକୁ ରଖିବା ଲାଗି କୌଣସି ଆଇନଗତ ଅଧିକାର ନାହିଁ। ବର୍ଷ ୨୦୧୯ରେ ଅଭିଭାବକତ୍ୱ ନ ମିଳିବାରୁ ପ୍ୟାସଲି ଗାଏବ ହୋଇ ଯାଇଥିଲେ। ପୋଲିସର କହିବା ହେଲା, ଅପହରଣ ପରେ ପ୍ୟାସଲିଙ୍କୁ ଘରର ଗୁପ୍ତ କୋଠରୀରେ ରଖାଯାଇଥିଲା, ଯାହାକି ଅତି ଛୋଟ, ଥଣ୍ଡା ଏବଂ ଓଦାଳିଆ ସ୍ଥାନ ଥିଲା।

ଝିଅ ପର୍ଯ୍ୟନ୍ତ ଏମିତି ପହଞ୍ଚିଲା ପୋଲିସ

ପୋଲିସ କହିଛି କି, ସୋମବାର ସେମାନଙ୍କୁ ଝିଅ ବିଷୟରେ ସୂଚନା ମିଳିଥିଲା। ସିଡି ଘର ଖୋଜାଖୋଜି ବେଳେ ଯେତେବେଳେ ସେମାନେ ପାହାଚ ଉପରେ ଲଦା ହୋଇଥିବା କାଠଗୁଡ଼ିକୁ ହଟାଇଥିଲେ, ତ ଝିଅଟିର ଗୋଡ଼ ଦେଖା ଯାଇଥିଲା। ଏହା ପରେ ସେଠାରୁ ଝିଅକୁ ବାହାର କରାଯାଇଥିଲା। ଯଦିଓ ତା’ର ମା’ଙ୍କ କହିବା ହେଲା, ସେ ୨୦୧୯ ପରଠାରୁ ଝିଅକୁ ଦେଖି ନାହାନ୍ତି। ତାଙ୍କୁ ଲାଗୁଥିଲା ଯେ କୁପର ଝିଅକୁ ଧରି ପେନସିଲଭାନିଆ ପଳାଇ ଯାଇଛନ୍ତି। ପୋଲିସ ଝିଅର ମାଆ, ବାପା ଏବଂ ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଝିଅଟିକୁ ତା’ର ଆଇନଗତ ଅଭିଭାବକଙ୍କୁ ହସ୍ତାନ୍ତର କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.