କରୋନା ସହ ଜଡିତ ସ୍ୱାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଯୁବତୀ, ମାଗଣାରେ ରହିବାକୁ ଦେଲେ ନିଜ ଫ୍ଲାଟ

କରୋନା ମୁକାବିଲା ନେଇ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ମାନେ ତତ୍ପର ଥିବା ବେଳେ ବିଭିନ୍ନ ରାଜ୍ୟର ଡାକ୍ତର ତଥା ନର୍ସ ମାନେ ବି ନିଜ ନିଜ ସେବା ଯୋଗାଇବାରେ ଲାଗି ପଡିଛନ୍ତି । ସଂକ୍ରମଣ ହେବା ଭୟରେ ଅନେକ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିଜ ନିଜ ବାସ ଭବନ ଘର ମାଲିକ ମାନେ ଘରୁ ବାହାର କରି ଦେଉଛନ୍ତି । ଭୟରେ ଅନେକ ଲୋକେ ସେମାନଂକୁ ଘରୁ ବାହାର କରି ଦେଉଥିବା ବେଳେ ସେହି ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସୂଚନା ସାହ ନାମକ ଜଣେ ଯୁବତୀ ।

Kolkata News 28 March 2020, West Bengal Latest News Headlines ...

କୋଭିଡ-୧୯ ରୋଗୀ ମାନଙ୍କ ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ହେଉଥିବା ଅପମାନ ଓ ଦୁର୍ବ୍ୟବହାର ବିଷୟରେ ବିଭିନ୍ନ ସୂତ୍ରରୁ ପଢି ଏହି ଯୁବତୀ ଜଣକ ଯେମିତି ବ୍ୟସ୍ତ ହୋଇଯାଇଥିଲେ । ଏବିଷୟରେ ଅନେକ ଚିନ୍ତା କରିବାରୁ ଏକ ଉପାୟ ତାଙ୍କ ମୁଣ୍ଡକୁ ଜୁଟିଲା । ଛଅ ମାସରୁ ସମ୍ପୂର୍ଣ୍ଣ ଖାଲି ପଡିଥିବା ନିଜ ବ୍ୟବସାୟୀ ପିତାଙ୍କ 2 ଟି ଫ୍ଲାଟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ରଖିବା ଚିନ୍ତା ତାଙ୍କ ମନକୁ ଆସିଲା । ପରେ ପିତାଙ୍କ ସହ ଏବାବଦରେ ଆଲୋଚନା କରିବାରୁ ପିତା ମଧ୍ୟ ସହମତି ଦେଇଥିଲେ । ପିତା ମଧ୍ୟ ଝିଅର ଏପରି ଏକ ପ୍ରସ୍ତାବରେ ଖୁସି ହୋଇଥିଲେ ।

ପରେ ନିଜ ନିଜ ବାସଭବନରୁ ବହିଷ୍କାର ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେଠାରେ ରଖିବାର ବ୍ୟବସ୍ଥା କଲେ । ଦୀର୍ଘ ଛଅ ମାସରୁ ଫ୍ଲାଟ ଗୁଡିକ ଖାଲି ଥିବାରୁ ଭଡାରେ ଦିଆ ଯିବା ପୂର୍ବରୁ ଭଲ ରୂପେ ସଫା କରାଯାଇଥିଲା । କହି ରଖିବା ଉଚିତ ହେବ ଯେ, ଏପରି ପରିସ୍ଥିତିରେ ବିଭିନ୍ନ ଅଂଚଳର ଡାକ୍ତର ତଥା ନର୍ସ ମନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏମିତିକି ସେମାନଙ୍କୁ ରହୁଥିବା ଘରୁ ବାହାର କରି ଦିଆଯାଉଛି । ଏମିତିକି ଜଣେ ନର୍ସଙ୍କୁ ତାଙ୍କ ଘରୁ ବାହାର କରି ଦିଆଯିବାରୁ ତାଙ୍କୁ ଦୁଇ ଦିନ ଧରି ସେ କମ କରୁଥିବା ହସ୍ପିଟାଲରେ ହିଁ ରହିବାକୁ ପଡିଥିଲା ।

 

Leave A Reply

Your email address will not be published.