ସ୍କୁଲ ପ୍ରଧାନଶିକ୍ଷକ ଓ ୩ ଶିକ୍ଷକ ମିଶି ଛାତ୍ରୀଙ୍କୁ କଲେ ଗଣଦୁଷ୍କର୍ମ, ଭିଡିଓ ରେକର୍ଡ କରୁଥିବା ଶିକ୍ଷୟିତ୍ରୀଙ୍କ ସ୍ୱାମୀ ବି ଶେଷରେ କାମୁକ ହୋଇଗଲେ

ରାଜସ୍ଥାନରେ ଜଣେ ସ୍କୁଲ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେ ଯେତେବେଳେ ଆସି ତାଙ୍କ ବାପାଙ୍କୁ କହିଥିଲେ ଯେ ତାଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଅନ୍ୟ ତିନି ଶିକ୍ଷକ ମିଶି ଗଣଦୁଷ୍କର୍ମ କରିଛନ୍ତି, ତ ସେତେବେଳେ ତାଙ୍କ ବାପାଙ୍କର ହୋଶ୍‌ ଉଡ଼ି ଯାଇଥିଲା। ସେ ସହଜରେ ଏହି ଘଟଣାକୁ ବିଶ୍ୱାସ କରି ପାରି ନ ଥିଲେ। ମାମଲାଟି ଅଲୱାର ଜିଲ୍ଲାର। ଏଠାରେ ଥିବା ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅଭିଯୋଗ କରିଛନ୍ତି କି, ପ୍ରଧାନଶିକ୍ଷକ ଏବଂ ଅନ୍ୟ ୩ ଶିକ୍ଷକ ଯେତେବେଳେ ତାଙ୍କୁ ଦୁଷ୍କର୍ମ କରୁଥିଲେ, ସେହି ସମୟରେ ସ୍କୁଲର ଦୁଇ ମହିଳା ଶିକ୍ଷକ ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ ରେକର୍ଡ କରୁଥିଲେ।

କୁହାଯାଉଛି ଯେ ଛାତ୍ରୀଙ୍କ ବାପା ପେସାରେ ଜଣେ ଟ୍ରକ୍ ଡ୍ରାଇଭର ଏବଂ ତାଙ୍କ ମା’ ମୂକ-ବଧିର। ଝିଅଟିର ବାପା ପ୍ରାୟତଃ କାମ ପାଇଁ ବାହାରକୁ ଚାଲି ଯାଆନ୍ତି। ନିକଟରେ ସେ ଯେତେବେଳେ ଘରକୁ ଫେରିଲେ ତ ଜାଣିବାକୁ ପାଇଲେ କି, ତାଙ୍କ ଝିଅ ସ୍କୁଲ ଯିବା ଛାଡ଼ି ଦେଇଛି। ବାପା ଏ ବିଷୟରେ ଝିଅକୁ ପଚାରିବାରୁ ଏକ ଭୟଙ୍କର ଘଟଣାର ଖୁଲାସା ହୋଇଥିଲା।

ମହିଳା ଶିକ୍ଷକ ରେକର୍ଡ କରୁଥିଲେ ଭିଡିଓ

ଛାତ୍ରୀ ଜଣକ କହିଥିଲେ ଯେ ବିଦ୍ୟାଳୟର ଦୁଇ ମହିଳା ଶିକ୍ଷୟିତ୍ରୀ ତାଙ୍କୁ ମାଗଣା ପୋଷାକ, କପି ଏବଂ ପୁସ୍ତକ ଦେବାର ପ୍ରଲୋଭନ ଦେଖାଇ ଥିଲେ। ଏପରି କି, ସେମାନେ ତାଙ୍କ ସ୍କୁଲ ଫି’ ଭରି ଦେବାକୁ ମଧ୍ୟ ଲୋଭ ଦେଇଥିଲେ। ପରେ ସେମାନେ ତାଙ୍କୁ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଦୁଇ ଶିକ୍ଷକ ମଦ୍ୟପାନ କରି ପ୍ରସ୍ତୁତ ହୋଇ ରହିଥିଲେ। ସେଠାକୁ ଯିବା ପରେ ଜଣେ ମହିଳା ଶିକ୍ଷୟିତ୍ରୀ ତାଙ୍କ ପୋଷାକ କାଢ଼ି ନେଇଥିଲେ। ପରେ ସମସ୍ତ ଚାରିଜଣ ପୁରୁଷ ଶିକ୍ଷକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ସମୟରେ ଉଭୟ ମହିଳା ଶିକ୍ଷୟିତ୍ରୀ ଭିଡିଓ ରେକର୍ଡ କରି ଚାଲିଥିଲେ।

ଫେଲ୍‌ କରି ଦେବାକୁ ଧମକ

ପୀଡ଼ିତା ଛାତ୍ରୀ ଆହୁରି ଅଭିଯୋଗ କରିଛନ୍ତି କି, ଯେତେବେଳେ ସେ ଶିକ୍ଷକମାନଙ୍କର ଏଭଳି ଘୃଣ୍ୟ କାର୍ଯ୍ୟକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ପରୀକ୍ଷାରେ ଫେଲ୍‌ କରି ଦେବାକୁ ଏବଂ ଭିଡିଓ ଭାଇରାଲ କରି ଦେବାକୁ ଧମକ ଦିଆଯାଇଥିଲା। ଏହାର କିଛି ଦିନ ପରେ ପୁଣିଥରେ ମହିଳା ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏବଂ ଅନ୍ୟମାନେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୀଡିତା ଛାତ୍ରୀ ତାଙ୍କ ବାପାଙ୍କ ସହାୟତାରେ ଥାନାରେ ମାମଲା ଦାୟର କରିଛନ୍ତି।

ଅନ୍ୟ ତିନି ଛାତ୍ରୀ ମଧ୍ୟ ଦାୟର କରିଛନ୍ତି ମାମଲା

ପୋଲିସ ସୂଚନା ଅନୁସାରେ, ଏହି ପୀଡ଼ିତା ଛାତ୍ରୀଙ୍କ ବ୍ୟତୀତ ବିଦ୍ୟାଳୟର ଅନ୍ୟ ତିନିଜଣ ଛାତ୍ରୀ ମଧ୍ୟ ଶିକ୍ଷକମାନଙ୍କ ବିରୋଧରେ ଅସଦାଚରଣ ମାମଲା ଦାୟର କରିଛନ୍ତି। ସେଥି ମଧ୍ୟରୁ ଜଣେ ଛାତ୍ରୀ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଜଣେ ଚତୁର୍ଥ ଏବଂ ଅନ୍ୟ ଜଣେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି। କହି ରଖୁଛୁ କି, ଗତ ବର୍ଷ ଏହି ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ ଏହି ପ୍ରକାରର ମାମଲା ରୁଜୁ ହୋଇଥିଲା, ଯାହାକୁ ଭିତ୍ତି କରି ପୋଲିସ ତାଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.