ପ୍ରେମିକଠାରୁ ଦୂରତା ବଢ଼ିବାରୁ ପ୍ରେମିକାର କ୍ରୁର କାରନାମା! ପ୍ରଥମେ କିସ୍‌ କରି ଶେଷରେ ପେଟକୁ ମାରିଲା ଗୁଳି; ଅଳ୍ପକେ ବର୍ତ୍ତିଲା ପ୍ରେମିକର ଜୀବନ

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୨ ବର୍ଷୀୟା ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ଗୁଳି ମାରିଥିବା ଅଭିଯୋଗ ହୋଇଛି। ଯେତେବେଳେ ପ୍ରେମିକା ଜଣକ ଅନୁଭବ କରିଥିଲେ ଯେ ତାଙ୍କ ପ୍ରେମିକ ତାଙ୍କଠାରୁ ଦୂରେଇ ଯାଉଛନ୍ତି, ତ ସେତେବେଳେ ସେ ପ୍ରେମିକ ଉପରକୁ ଗୁଳି ଚଳାଇଥିଲେ। କୁହାଯାଉଛି ଯେ ଯୁବକ ଏବଂ ଯୁବତୀ ଗତ ୪ ବର୍ଷ ଧରି ସମ୍ପର୍କ ରଖିଥିଲେ। ଗୁରୁବାର ପୋଲିସ କହିଛି ଯେ ପ୍ରେମିକଙ୍କୁ ଚୁମ୍ବନ ଦେବା ସହିତ ତାଙ୍କ ସହ ମିଶି ସିଗାରେଟ ଟାଣିବା ପରେ ଯୁବତୀ ହଠାତ୍ ତାଙ୍କୁ ଗୁଳି କରିଥିଲେ।

ଯୁବକଙ୍କ ବୟସ ମଧ୍ୟ ୨୨ ବର୍ଷ ବୋଲି କୁହାଯାଉଛି। କୁହାଯାଉଛି କି, ପ୍ରେମିକାଙ୍କ ଦ୍ୱାରା ଚଳାଯାଇଥିବା ଗୁଳି ପ୍ରେମିକଙ୍କ ପେଟରେ ବାଜି ବାହାରି ଯାଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରିଥିଲା। ପୋଲିସର ସୂଚନା ମୁତାବକ, ଏହି ଘଟଣା ବୁଧବାର ରାତିରେ କଟୱା ଥାନା ଅନ୍ତର୍ଗତ କେସିଆ ଗ୍ରାମରେ ଘଟିଛି।

ଯୁବକଙ୍କ ଦ୍ୱାରା ଥାନାରେ ଦିଆଯାଇଥିବା ଅଭିଯୋଗ ମୁତାବକ, ପ୍ରେମିକା ତାଙ୍କୁ ସ୍ଥାନୀୟ ସର୍କସ ଗ୍ରାଉଣ୍ଡକୁ ଆସିବାକୁ କହିଥିଲେ। ଯୁବତୀ ନିକଟରେ ହିଁ ନିଜ ଘର ଝାଡ଼ଖଣ୍ଡରୁ ଫେରିଥିଲେ। ଯୁବତୀ ଜଣକ କିଛି ମାସ ତଳେ ଚାକିରି ପାଇଁ ସେଠାକୁ ଯାଇଥିଲେ। ସେ ଯୁବକକୁ ପ୍ରଥମେ ଆଲିଙ୍ଗନ କରି କିସ୍‌ କରିଥିଲେ, ପୁଣି ତାଙ୍କ ସହିତ ମିଶି ସିଗାରେଟ ପିଇଥିଲେ। ଏହାର କିଛି ହିଁ ସେକେଣ୍ଡ ଭିତରେ ହଠାତ୍ ବନ୍ଧୁକ ବାହାର କରି ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ।

ଯଦିଓ ଗୁଳିଟି ଯୁବକଙ୍କୁ ଛୁଇଁ ବାହାରି ଆସିଥିଲା। ଆଉ ଏହି କାରଣରୁ ତାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା। ଯୁବତୀ ଗୁଳି ଚଳାଇବା ପରେ ସେଠାରୁ ଖସି ପଳାଇ ଯାଇଥିଲେ। ଏହି ଘଟଣା ପରେ ଯୁବକ ଜଣକ ବଡ଼ ପାଟିରେ ଚିଲ୍ଲାଇଥିଲେ। ଏହି ମାମଲାରେ ପୋଲିସ ଯୁବତୀଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ି ଯାଇଥିଲା, ଯେଉଁ କାରଣରୁ ଯୁବତୀ ତାଙ୍କ ପ୍ରେମିକଙ୍କୁ ଗୁଳି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.