ପ୍ରେମିକାର ପ୍ରତିଶୋଧ, ତରଳ ନିଆଁରେ ଜାଳିଲା ପ୍ରେମିକର ମୁହଁ

ଅଜବ ଏ ପ୍ରେମ ! କିଏ ଭଲପାଇବାର ଶୀର୍ଷରେ ଯାଇ ବିବାହ ବନ୍ଧନରେ ବନ୍ଧି ହେଉଛି ତ ଆଉ କିଏ ଅଧାର ହାତ ଛାଡି ଅନ୍ୟଜଣର ହାତ ଧରୁଛି। କେହି କହିତ ଧୋକା ଛଳରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଯାଏ ନଚେତ ସାଥୀଟିର ଜୀବନକୁ ବରବାଦ୍ କରିବା ପାଇଁ ନାରକୀୟ କାଣ୍ଡ ଘଟାଇ ବସେ। କିନ୍ତୁ ଏସବୁ ଭିତରେ ପ୍ରେମର ସଂଜ୍ଞା ବୁଝିନଥିବା କିଛି ବିକୃତ ମାନସିକତାର ବ୍ୟକ୍ତିମାନେ ଧୋକର ଶିକାର ହେଲା ପାରେ ଏସିଡି ସାହାର ନେଇ ନିଜ ସାଥୀର ଶରୀରକୁ ବିଗାଡି ଦେବାକୁ ଚେଷ୍ଟାକରେ। ଏହି ଏସିଡି ଆଟକର ଶିକାର କେବଳ ଝିଅମାନେ ହେଉଥିବା ବେଳେ ଏବେ ଏହାର ବିପରିତ ଘଟଣା ଟିଏ ବିକାଶପୁରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଅନ୍ୟ କେହି ଝିଅ ନାଚାହିଁବା ପାଇଁ ମୁହଁରେ ଏସିଡ ଫୋପାଡି ଦେଇଛନ୍ତି।

622845-acid-attack

ପୋଲିସ କହିବା ମୁତାବକ ୧୧ ଜୁନ ସନ୍ଧ୍ୟା ୪ଟା ବେଳେ ଖବର ଆସିଥିଲା ଯେ, ଗୋଟିଏ ସ୍କୁଟିରେ ଜଣେ ଯୁବକ ଯୁବତୀ ଯାଉଥିବା ବେଳେ ଜଣେ ଯୁବକ ବାଇକରେ ଆସି ସେମାନଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଛି। ଏଥିରେ ଯୁବକ ଜଣକ ଗୁରତର ହୋଇପଡିଛନ୍ତି ଓ ଯୁବତୀ ଜଣଙ୍କ ସାମନ୍ୟ ଆହାତ ହେଇଛନ୍ତି। ଉଭୟଙ୍କୁ ପ୍ରଥମେ ସ୍ଥାନିୟ ଡାକ୍ତରଖାନକୁ ପଠାଯାଇଥିଲା ଓ ପରେ ଯୁବକ ଜଣଙ୍କୁ ରାମ ମନୋହର ଲୋହୀୟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଛାନଭିନରୁ ଜଣା ପଡିଥିଲା ଯେ,୨୪ ବର୍ଷିୟ ମୋହନ ଗାର୍ଡନ ଅଞ୍ଚଳରେ ରୁହନ୍ତି। ତାଙ୍କର ୧୯ ବର୍ଷିୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହି ଯୁବତୀ ଜଣଙ୍କ ଏସିଡ ଆକ୍ରମଣ ସମୟରେ ଯବକଙ୍କ ସହ ସ୍କୁଟିରେ ଅଲିପୁରରୁ ପରୀକ୍ଷା ଦେଇ ଫେରୁଥିଲେ। ବିକାଶ ନଗର ନାଳ ପାଖରେ କେହି ଜଣେ ଯୁବକ ବାଇକ ଉପରେ ଆସି ତାଙ୍କ ଉପରେ ଏସିଡ ପକାଇଥିବାର ଯୁବତୀ ଜଣକ ପୋଲିସ ପାଖରେ ଅଭିଯୋଗ ଆଣିଥିଲେ। ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲା। ହେଲେ ସେଭଳି ଦୃଶ୍ୟ କିଛି ଦେଖିବାକୁ ମିଳିନଥିଲା ।

ଘଟଣାଟି ସନ୍ଦେହ ଲାଗିବାରୁ ପୋଲିସ ସିଧା ପିଡୀତ ଯୁବକଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ପରେ ଯୁବକ ଜଣଙ୍କ କହିଥିଲେ ଯୁବତୀ ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଓ ବିବାହ କରିବାକୁ ଚାହୁଁଥିଲେ। ହେଲେ କିଛିଦିନ ହେବ ତାଙ୍କୁ ଅନ୍ୟ ଝିଅ ନଚାହିଁବା ପାଇଁ ବାରଣ କରୁଥିଲେ ଏଥିପାଇଁ ସେମାନଙ୍କର ବଚସା ମଧ୍ୟ ହେଉଥିଲା । ତେଣୁ ଯୁବକଙ୍କୁ ଉଚିତ ଜବାବ ଦେବା ପାଇଁ ଯୁବତୀ ଜଣଙ୍କ ସୁଯୋଗ ଖୋଜୁଥିଲେ ଆଉ ଗୁରୁବାର ଥିଲା ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସ୍କୁଟିରେ ବାଟରେ ଆସିବା ବେଳେ ଯୁବକଙ୍କ ହେଲମେଟ କାଢିବା ପାଇଁ କହିଥିଲେ ଯୁବତୀ। ଯୁବକ ଜଣଙ୍କ ଯୁବତୀଙ୍କ କଥା ଶୁଣି ହେଲମେଟ କାଢିବାରୁ ଯୁବତୀ ସେହିଠାରେ ତାଙ୍କ ଉପରକୁ ଏସିଡ ଆକ୍ରମଣ କରିଥିଲେ।

acid salesଏହି ଘଟଣା ପରେ ଯୁବତୀ ଜଣଙ୍କୁ ପୋଲିସ କଡା ଅଭିମୁଖ୍ୟ ଦେଖାଇ ପଚାରିବା ପରେ ଯୁବତୀ ଜଣକ ସତ ମାନିଥିଲା ଓ କହିଥିଲା ଯୁବକଙ୍କ ସହ ତାଙ୍କର ୩ ବର୍ଷ ହେବ ସମ୍ପର୍କ ଥିଲା ଅଉ ବିବାହ କରିବାପାଇଁ ଚାହୁଁଥିଲା। ହେଲେ ଯୁବକ ଜଣଙ୍କ ତାଙ୍କ ସହ ବ୍ରେକଅପ କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ ମନସ୍ଥ କରିଦେଇଥିଲା ଯେ, ଯୁବକଙ୍କର ଚେହୋରା ଖରାପ କରିଦେଲେ ତାଙ୍କୁ କେହି ଝିଅ ଆଉ ଅନେଇବେ ନାହଁ ଓ ବିବାହ କରିବେ ନାହିଁ। ଏଥିପାଇଁ ଘଟଣା ଦିନ ସେ ସାଇକେଲ ଏସିଡ୍ ବିକାଳୀଙ୍କ ଠାରୁ ଏସିଡ୍ କିଣିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.