photo: Patrika
ଉତ୍ତର ପ୍ରଦେଶର ଗୋଣ୍ଡାସ୍ଥିତ ଆଶାରାମ ବାପୁଙ୍କ ଆଶ୍ରମ ପରିସରରୁ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଘଟଣା ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏ ନେଇ ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ୪ ଦିନ ତଳୁ ନିଜ ଘରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏବେ ତାଙ୍କ ମୃତଦେହ ଆଶ୍ରମ ପରିସରରେ ଅନେକ ଦିନରୁ ରହିଥିବା ଏକ କାର୍ ଭିତରୁ ମିଳିଛି।
ଖବର ରହିଛି, କାର୍ ଭିତରୁ ଦୁର୍ଗନ୍ଧ ଆସିବାରୁ ଆଶ୍ରମର ଚୌକିଦାର ଗାଡ଼ି ପାଖକୁ ଯାଇଥିଲେ। ଯେତେବେଳେ ସେ ଡୋର୍ ଖୋଲିଥିଲେ ତ ଭିତରୁ ନାବାଳିକାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କାର୍ ସହ ପୂରା ଆଶ୍ରମକୁ ସିଲ୍ କରି ଦେଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ କହିଛି କି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାଙ୍କୁ ହତ୍ୟା କରି ମୃତଦେହକୁ ଏଠାରେ ଲୁଚାଇ ଦିଆଯାଇଥିଲା। ଘଟଣା ଘଟିଛି ନଗର କୋତବାଲିର ବିମୋର ଗାଁରେ ଥିବା ଆଶାରାମ ବାପୁଙ୍କ ଆଶ୍ରମରେ। ବର୍ତ୍ତମାନ ପୋଲିସ ଓ ଫରେନସିକ୍ ଟିମ୍ ଆଶ୍ରମ ଏବଂ ଗାଡ଼ିର ଯାଞ୍ଚ କରୁଛନ୍ତି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…