ଏଠାରେ ହାୟର କରାଯାଇଥାଏ ଗାର୍ଲଫ୍ରେଣ୍ଡ, ଜାଣନ୍ତୁ କଣ କରିଥାନ୍ତି ଭଡା ଗାର୍ଲଫ୍ରେଣ୍ଡ

ଆଜିକାଲି ପଇସା ରୋଜଗାର ସବୁଠାରୁ ମୁସ୍କିଲ କାମ ଅଟେ । ଏହାର ସବୁଠାରୁ ବଡ଼ କାରଣ ହେଉଛି ବଢୁଥିବା ମୁଦ୍ରାସ୍ପିତି ଏବଂ ବଢୁଥିବା ବେରୋଜଗାରୀ । ଆଜିକାଲି ଲୋକମାନେ ପଇସା ପଛରେ ଗୋଡ଼ାଇ ଗୋଡ଼ାଇ ନିଜ ଜୀବନର ଶାନ୍ତିକୁ ପଛରେ ଛାଡି ଦେଉଛନ୍ତି ।

ଲୋକମାନେ ପଇସା କମାଇବା ପାଇଁ ଅନେକ ପ୍ରକାରର ପରିଶ୍ରମ କରିଥାନ୍ତି । କିଏ ଚାକିରୀ କରିଥାଏ ତ କିଏ ବିଜନେସ କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୁଲ କାମକରି ମଧ୍ୟ ପଇସା ରୋଜଗାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ମହିଳାମାନେ ଅଜୀବ ପ୍ରକାରରେ ପଇସା ରୋଜଗାର କରିଥାନ୍ତି ।

ସୂଚନା ଅନୁଯାୟୀ ଆମେରିକାର ଏକ ସ୍ଥାନରେ ସୁନ୍ଦର ଝିଅମାନେ ଭଡାରେ ଗାର୍ଲଫ୍ରେଣ୍ଡ ହୋଇ ମାସିକ ୫ରୁ ୧୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିଥାନ୍ତି । ସ୍କର୍ଟ ରୂପରେ କାମ କରିସାରିଥିବା ଏକ ଯୁବତୀ କହିଛନ୍ତି ଯେ ତାଙ୍କୁ କ୍ଲାଏଣ୍ଟସ ମାନଙ୍କ ସହିତ କେବଳ ଫିଲ୍ମ ଦେଖିବାକୁ ଯିବାକୁ ପଡିଥାଏ । ଏହା ବ୍ୟତୀତ କିଛି କ୍ଲାଏଣ୍ଟସ କେବଳ ଟାଇମ ପାସ ପାଇଁ ତାଙ୍କୁ ହାୟର କରିଥାନ୍ତି ।

ଏହାସହ ପଢନ୍ତୁ ବର୍ଷର ସବୁଠାରୁ ବଡ଼ ସାଇବର ଚୋରି, ୧୩ ଲକ୍ଷ ଭାରତୀୟଙ୍କର କ୍ରେଡିଟ ଏବଂ ଡେବିଟ କାର୍ଡର ଡାଟା ଚୋରି

ଏହାସହିତ ସେ କହିଛନ୍ତି ଯେ ଏହା ଭାବିବା ଭୁଲ କି କ୍ଲାଏଣ୍ଟମାନେ କେବଳ ଫିଜିକାଲ ଡିମାଣ୍ଡ କରିଥାନ୍ତି । ଲୋକମାନେ ତାଙ୍କୁ ପୁରା ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ବୁକ କରିଥାନ୍ତି । ହାୟର କରାଯାଇଥିବା ଜଣେ ଗାର୍ଲଫ୍ରେଣ୍ଡ ପାଇଁ ଇଭେଣ୍ଟସ ଯିବା ଏବଂ ନିଜ କ୍ଲାଏଣ୍ଟ ସହ ଜଡିତ କିଛି କଥାକୁ ମନେରଖିବା ବହୁତ ଜରୁରୀ ହୋଇଥାଏ । ଆମେରିକାରେ ଏହି ହାୟର ଗାର୍ଲଫ୍ରେଣ୍ଡର ବିଜନେସ ଏକ ଟେଲିଭିଜନ ଶୋ ଦ ଗାର୍ଲଫ୍ରେଣ୍ଡ ଏକ୍ସପିରିଏନ୍ସ ପରେ ଆମେରିକାରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଏକ ବଡ଼ ବିଜନେସ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.