DJ ଗୀତରେ ନାଚୁଥିବା ବେଳେ ଜେନେରେଟରରେ ପଶିଲା ବାଳିକାର କେଶ, ମୁଣ୍ଡରୁ ଉପୁଡ଼ି ଆସିଲା ଚମଡ଼ା; ପଡ଼ିଲା ୭୦୦ ଷ୍ଟିଚ୍‌

ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କାର୍ଯ୍ୟକ୍ରମ ବେଳେ ଡ୍ୟାନ୍ସ କରୁଥିବା ଜଣେ ବାଳିକାର କେଶ ସେଠାରେ ଥିବା ଜେନେରେଟରରେ ପଶିଯାଇଥିଲା।

ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କାର୍ଯ୍ୟକ୍ରମ ବେଳେ ଡ୍ୟାନ୍ସ କରୁଥିବା ଜଣେ ଝିଅର କେଶ ସେଠାରେ ଥିବା ଜେନେରେଟରରେ ପଶିଯାଇଥିଲା। ଏହି ଘଟଣାରେ ଝିଅର ମୁଣ୍ଡରୁ ଚମଡ଼ା ସହିତ କେଶ ଉପୁଡ଼ି ଆସିଥିଲା। ଦୁର୍ଘଟଣା ପରେ ଝିଅଟି ପୂରା ଲହୁଲୁହାଣ ହୋଇପଡ଼ିଥିଲା। ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତରମାନେ ଝିଅଟିର ମୁଣ୍ଡରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକାଧିକ ଷ୍ଟିଚ୍‌ ପକାଇଥିଲେ।

ଡାକ୍ତରଙ୍କ ମୁତାବକ, ଏହି ଦୁର୍ଘଟଣାରେ ଝିଅଟିର ଅବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କ ମୁଣ୍ଡରେ ପାଖାପାଖି ୭୦୦ ଷ୍ଟିଚ୍‌ ପଡ଼ିଛି। ମୁଣ୍ଡର କେଶ ସମ୍ପୂର୍ଣ୍ଣ ଭାବେ ଉପୁଡ଼ି ଯାଇଛି। କିନ୍ତୁ ବର୍ତ୍ତମାନ ସେ ବିପଦମୁକ୍ତ ଅଛନ୍ତି। ଝିଅଟିର କ୍ଷତ ଭଲ ହେବା ପାଇଁ କିଛି ସମୟ ଲାଗିବ। ମୁଣ୍ଡରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ ସିଲେଇ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସୌଦାବାଦରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଗାଁର ମହିଳାମାନେ ଡିଜେ ଗୀତରେ ନାଚୁଥିଲେ। ଲୋକମାନେ ବହୁତ ଖୁସି ଥିଲେ। ରାତିକୁ ଆଲୋକିତ କରିବା ପାଇଁ କାର୍ଯ୍ୟକ୍ରମରେ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଏହି ଲାଇଟ୍ ଜଳାଇବା ପାଇଁ ଜେନେରେଟର ଚାଲୁଥିଲା। ହେଲେ ଏହାରି ଭିତରେ ଡ୍ୟାନ୍ସ କରୁଥିବା ଏକ ଝିଅର କେଶ ଜେନେରେଟର ଭିତରେ ପଶିଯାଇଥିଲା। ଆହତ ଝିଅର ନାମ ଗୁଞ୍ଜା ଏବଂ ତାଙ୍କ ବୟସ ୧୬ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.