ଦେଶ ବିଦେଶ

‘ରାହୁଲ ଗାନ୍ଧୀଙ୍କଠୁ ଦୂରେଇ ରୁହନ୍ତୁ ଯୁବତୀ, କାହିଁକି ନା ସେ…’, ଏମିତି ବିବାଦୀୟ ବୟାନ ଦେଲେ ପୂର୍ବତନ ସାଂସଦ

ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏବେ ଏମିତି ହିଁ କିଛି କରିଛନ୍ତି କେରଳର ପୂର୍ବତନ ସାଂସଦ ଜୟସ୍‌ ଜର୍ଜ। ଜୟସ୍‌ କଂଗ୍ରେସ ନେତା ତଥା କେରଳ ଓ୍ଵାୟନାଡର ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି।

ଜୟସ୍‌ କହିଛନ୍ତି କି, ରାହୁଲ କେବଳ ମହିଳା କଲେଜ ଯାଇଥାଆନ୍ତି। ସେ ଆହୁରି ବି କହିଛନ୍ତି, ରାହୁଲ ଗାନ୍ଧୀଙ୍କଠୁ ଯୁବତୀମାନେ ଦୂରେଇ ରହିବା ଉଚିତ। କାହିଁକି ନା, ତାଙ୍କ ବିବାହ ହୋଇନାହିଁ। ଜୟସ୍‌ କେରଳ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସିପିଆଇ(ଏମ୍‌) ନେତା ଏମ୍‌ଏମ୍‌ ମଣିଙ୍କ ସମର୍ଥନରେ ଜନସଭା କରୁଥିବା ବେଳେ ଏଭଳି ବୟାନ ଦେଇଛନ୍ତି। ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି ଏବଂ ଏ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କଠାରେ ଅଭିଯୋଗ କରିବାକୁ ପ୍ରସ୍ତୁତି ଚଳାଇଛି।

ଜୟସ୍‌ କହିଛନ୍ତି, ‘ରାହୁଲଙ୍କ ନିର୍ବାଚନୀ କ୍ୟାମ୍ପେନ୍‌ ଏମିତି ଯେ ସେ ମହିଳା କଲେଜ ଯିବେ। ସେଠାକୁ ଯାଇ ସେ ଝିଅମାନଙ୍କୁ ଝୁଙ୍କିବା ଶିଖାଇବେ। ମୋ ସୁନ୍ଦର ପିଲାମାନେ ତାଙ୍କ ଆଗରେ ଝୁଙ୍କ ନାହିଁ। କେବଳ ସିଧା ଛିଡ଼ା ରୁହ…ସେ ବିବାହିତ ନୁହନ୍ତି’। ଅନ୍ୟପକ୍ଷରେ କେରଳ କଂଗ୍ରେସ ଏଭଳି ବୟାନକୁ କଡ଼ା ନିନ୍ଦା କରିଛି। ଏଥିସହ ଦଳ କହିଛି କି, ବିଧାନସଭା ନିର୍ବାଚନରେ ସିପିଆଇଏମ୍‌ ନିଜର ପରାଜୟ ସୁନିଶ୍ଚିତ ବୋଲି ଜାଣିସାରିଛି।

ସୂଚନାଥାଉ କି, ନିର୍ବାଚନକୁ ଆଖି ଆଗରେ ରଖି ରାହୁଲ ଗାନ୍ଧୀ ନିକଟରେ କୋଚିର ଏକ ମହିଳା କଲେଜ ଯାଇଥିଲେ। ସେଠି ଛାତ୍ରୀମାନଙ୍କୁ ଭେଟିବା ପରେ ଜୟସ୍‌ଙ୍କ ଏହି ବୟାନ ସାମ୍ନାକୁ ଆସିଛି।

Roshni

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

17 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

27 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

38 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago