ଝିଅଙ୍କ ନାଚ ଦେଖି ଚପଲରେ ପିଟିଲେ ମା’: ଭାଇରାଲ୍ ହେଲା ଭିଡିଓ

ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ଦେଖିବାକୁ ମିଳୁଛି। ଫେସବୁକ୍ ହେଉ ବା ଇନଷ୍ଟାଗ୍ରାମ, ପ୍ରତିଦିନ ନୂଆ ନୂଆ ଭିଡିଓ ଆପଣମାନେ ଦେଖୁଥିବେ । କିଛି ଏଥିରୁ ମଜାଦାର ଥାଏ ତ ଆଉ କିଛି ଥାଏ ସମ୍ବେଦନଶୀଳ

ଏବେ ସେମିତି ଏକ ଭିଡିଓ ଆସିଛି ସାମ୍ନାକୁ । ନାଚୁଥିବା ବେଳେ ଦୁଇ ଜଣ ଝିଅଙ୍କୁ ଚପଲରେ ପିଟିଛନ୍ତି ତାଙ୍କ ମା’ । ଏହି ଦୃଶ୍ୟଟି ଦେଖିବା  ପାଇଁ ଅତ୍ଯନ୍ତ ରୋମାଚଂକର ଅଟେ । ଭିଡିଓରେ ଦେଖିବାକୁ ମିଳିଛି, ଦୁଇ ଜଣ ଝିଅ ନିଜ ଶୋଇବା ଘରେ ନାଚୁ ଥିବା ସମୟରେ ହଠାତ୍ ତାଙ୍କ ମା’ ସେଠାକୁ ଚାଲି ଆସିଥିଲେ । ଏବଂ ଦୁଇ ଜଣଙ୍କୁ ଚପଲ ଖୋଲି ପିଟି ଥିଲେ ।

ତେବେ ଆପଣମାନେ ଭାବୁଥିବେ କଣ ଏମିତି ହୋଇଥିଲା ଯେ ଝିଅଙ୍କ ନାଚ ଦେଖି ମା’ ଚପଲରେ ପିଟିବାକୁ ବାଧ୍ୟ ହୋଇଥିଲେ । ଆପଣଙ୍କ ମୁଣ୍ଡରେ ଆସୁଥିବା ଏହି ପ୍ରଶ୍ନର ଉତ୍ତର ହେଉଛି ଉଭୟଙ୍କ ନାଚିବା ଶୈଳୀ । ଯାହା ମା’ଙ୍କୁ ଲାଗିଥିଲା ଅଶ୍ଳୀଳ, ଆଉ ନିଜକୁ ଅଟକାଇ ପାରିନଥିଲେ । ଚପଲ ଖୋଲି କ୍ଯାମେରା ସାମ୍ନାରେ ପିଟିବାକୁ ଲାଗିଥିଲେ । ଏବେ ଏହି ଭିଡିଓ ରାତାରାତି ହୋଇଯାଇଛି ଭାଇରାଲ୍ ।

ଆପଣ ବି ଦେଖନ୍ତୁ ଏହି ଭିଡିଓ :

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.