ପୁଅ-ବୋହୂଙ୍କ ବିରୋଧରେ ବୃଦ୍ଧ ଦମ୍ପତି ଆଣିଲେ ଅଭିଯୋଗ, କହିଲେ: ବର୍ଷକ ମଧ୍ୟରେ ସନ୍ତାନ ଜନ୍ମ କର, ଏବେ କୋର୍ଟରେ ମାମଲା ରୁଜୁ

ଉତ୍ତରାଖଣ୍ଡର ଜଣେ ବୃଦ୍ଧ ଦମ୍ପତି ଯେଉଁମାନେ ନିଜର ପୁଅ-ବୋହୂଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରିଛନ୍ତି । ସେମାନେ କୋର୍ଟଙ୍କୁ ଦାବି କରିଛନ୍ତି ଯେ, ପୁଆର ପାଳନ ଓ ଅନ୍ୟ କାମରେ ଖର୍ଚ୍ଚ ହୋଇଥିବା ୫ କୋଟି ଟଙ୍କା ମିଳୁ । ନଚେତ ପୁଅ-ବୋହୂ ଏକ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ କରନ୍ତୁ । ଆବେଦନକାରୀଙ୍କ ପରାମର୍ଶ ଅନୁଯାୟୀ ଏହି ବୃଦ୍ଧ ଦମ୍ପତିଙ୍କ ଆବେଦନ ୧୭ ମେରେ ଶୁଣାଣି ହେବ।

ଗଣମାଧ୍ୟମ ଆଗରେ ନିଜର ଯନ୍ତ୍ରଣା କଥା କହିଛନ୍ତି, ‘ତାଙ୍କ ପୁଅକୁ ଶିକ୍ଷିତ କରିବା ଏବଂ ତାଙ୍କୁ ଆମେରିକାରେ ଟ୍ରେନିଂ ଦେବା ପାଇଁ ସବୁକିଛି ଖର୍ଚ୍ଚ କରିଛୁ। ବର୍ତ୍ତମାନ ତାଙ୍କ ପାଖରେ କୌଣସି ଜମା ରାଶି ନାହିଁ | ନାତି କିମ୍ବା ନାତୁଣୀଙ୍କ ଆଶାରେ ଆମେ ତାଙ୍କୁ ୨୦୧୬ ରେ ବିବାହ କରିଥିଲୁ ଯାହା ଦ୍ୱାରା ଆମର ବୃଦ୍ଧାବସ୍ଥା ଆରାମରେ ବିତାଇ ପାରିବୁ। କିନ୍ତୁ ବିବାହ ପରେ ପୁଅ ଏବଂ ବୋହୂ ଆମକୁ ଏକୁଟିଆ ଛାଡିଦେଲେ। ଏପରିକି ଘର ନିର୍ମାଣ ପାଇଁ ଆମେ ବ୍ୟାଙ୍କରୁ ଲୋନ ନେଇଛୁ। ଆମେ ଆର୍ଥିକ ଏବଂ ବ୍ୟକ୍ତିଗତ ଭାବେ ଅସୁବିଧା ଭୋଗୁଛୁ | ସେଥିପାଇଁ ଆମେ ଉଭୟ ପୁଅ ଏବଂ ବୋହୂଙ୍କଠାରୁ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛୁ।

ସୂଚନା ଅନୁସାରେ ବରିଷ୍ଠ ନାଗରିକ ସଂଜୀବ ରଂଜନ ପ୍ରସାଦ ବିଏଚଇଏଲରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ସେ ଅବସର ପରେ ନିଜର ପତ୍ନୀ ସାଧାନା ପ୍ରସାଦଙ୍କ ସହିତ ହାଉସିଂଗ ସୋସାଇଟି ଗ୍ରୀନ ହରିଦ୍ୱାରରେ ରହୁଛନ୍ତି । ନିଜର ସମସ୍ତ ସଂପତିକୁ ସେ ପୁଅର ପଢ଼ାଇବାରେ ଖର୍ଚ୍ଚ କରିଥିଲେ । ପାଇଲଟ କରିବା ପାଇଁ ବିଦେଶରେ ତାଲିମ ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୬ରେ ନୋଏଡାରେ ଜଣେ ଯୁବତୀଙ୍କ ସହିତ ବିବାହ କରାଇଥିଲେ । ବୋହୂ ନୋଏଡାରେ ଚାକିରି କରୁଛନ୍ତି । ବରିଷ୍ଠ ନାଗରିକ ଦଂପତିଙ୍କ ଓକିଲ ଅରବିନ୍ଦ କୁମାର ଶ୍ରୀବାସ୍ତବଙ୍କ କହିବା ଅନୁସାରେ ଏଭଳି ମାମଲା ପ୍ରଥମ ଥର ଆସିଛି । ଘରେ ସାମାନ୍ୟ ଯୁକ୍ତିତର୍କ ହୋଇଥାଏ । କିନ୍ତୁ ଏଭଳି ମାମଲା ପ୍ରଥମ । ଆଶା କରାଯାଉଛି, କୋର୍ଟ ବୃଦ୍ଧ ଦଂପତିଙ୍କ ସପକ୍ଷରେ ରାୟ ଶୁଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.