ଶାନ୍ତି ଆଣିବା ପାଇଁ ଭାରତକୁ ଗୋଟେ ସୁଯୋଗ ମାଗିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୨୪ଫେବୃଆରୀ ରବିବାର ଦିନ ଭାରତରେ ଶାନ୍ତି ଆଣିବା ପାଇଁ ଏକ ସୁଯୋଗ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମନ୍ତବ୍ୟ ଦେଇଥିଲେ। ସେ ତାଙ୍କ କଥାରେ ଦୃଢ ରହିବେ ଯଦି ଭାରତ ତାଙ୍କ ଉପରେ ଆକ୍ରମଣ କରେ ତେବେ ତାଙ୍କ ଲୋକମାନେ ତତ୍କାଳ ଆକ୍ରମଣ କରିବେ। ଖାନଙ୍କର ଏହି ମନ୍ତବ୍ୟ ରାଜସ୍ଥାନରେ ମୋଦୀଙ୍କର ରାଲୀ ସରିବା ପରେ ସାମ୍ନାକୁ ଆସିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଆତଙ୍କବାଦୀଙ୍କ ବିପକ୍ଷରେ ପୁରା ଦୁନିଆର ସହମତି ରହିଛି। ଆତଙ୍କବାଦୀର ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ଆମେ ମଜଭୁତର ସହ ଆଗକୁ ବଢୁଛୁ। ଏଥର ହିସାବ ବରାବର ହେବ ବୋଲି କହିଛନ୍ତି, କାରଣ ଏହିଭଳି କଷ୍ଟକୁ କେହି ସହିପାରିବେ ନାହିଁ। ଆମେ ଜାଣିଛୁ ଆତଙ୍କବାଦୀ ମାନଙ୍କୁ କିଭଳି ଧ୍ବଂସ କରିବାକୁ ହେବ”।

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାପରେ ଖାନଙ୍କୁ ସ୍ବାଗତ ଜଣାଇବା ପାଇଁ ଫୋନରେ ତାଙ୍କ ସହିତ ହୋଇଥିବା କଥାକୁ ମନେପକାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ,‘‘ଆସନ୍ତୁ ଗରୀବଙ୍କ ଖିଲାପରେ ଲଢିବା। ଏହି କଥାରେ ଖାନ୍ କହିଥିଲେ ମୁଁ ପଠାଣ ପିଲା, ସତ୍ୟ କହିଥାଏ ଏବଂ ସତ୍ୟ କାମ କରିଥାଏ। ବର୍ତ୍ତମାନ ଆଜି ଏହି ଶବ୍ଦ ତୁଲାଇବାର ସମୟ ଆସିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟରୁ ଜାରି କରାଯାଇଥିବା ବୟାନ ଅନୁସାରେ,‘‘ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ତାଙ୍କ କଥାରେ ଦୃଢ ଅଛନ୍ତି ଯଦି ଭାରତ ଆମ ଲୋକମାନଙ୍କ ଉପରେ ଯୁଦ୍ଧ କରିବେ ତେବେ ଆମ ଲୋକମାନେ ତତ୍କାଳ ଯୁଦ୍ଧ କରିବେ।’’ ଖାନ୍ ଏହି ବୟାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶାନ୍ତି ପାଇଁ ଥରେ ସୁଯୋଗ ଦେବା ଉଚିତ କହିଥିଲେ।

pm and imran khanଏହା ପୂର୍ବରୁ ୧୯ଫେବୃଆରୀରେ ଖାନ୍ ପୁଲୱାମା ଆକ୍ରମଣକାରୀଙ୍କ ବିରୋଧରେ ପଦକ୍ଷେପ ନେବା କଥା ଭାରତକୁ କହିଥିଲେ। ଯଦି ଭାରତ ତାଙ୍କ ଉପରେ ଆକ୍ରମଣ କରେ ତେବେ ସେ ତତ୍କାଳ ଭାରତ ଉପରେ ଆକ୍ରମଣ କାରିବା କଥା କହିଥିଲେ ଏବଂ ସେ କଡ଼ା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତକୁ ଟକ୍କର ଦେଇଥିଲେ।