ବିଶ୍ୱକୁ ମାଡ଼ି ଆସିବ ଆର୍ଥିକ ବିପର୍ଯ୍ୟୟ ! ଆଜିଠୁ ଆମେରିକାର ଲାଗୁ ହେବ ନୂଆ ଟିକସ

ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟିକସ । ଭାରତ ସମେତ ଚୀନ, କାନାଡ଼ା ଭଳି ଅନେକ ଦେଶ ପାଇଁ ଆମେରିକାର ନୂଆ ଟାରିଫ ଲାଗିବ । ଭାରତ ସମେତ ଆଉ କିଛି ଦେଶ ଆମେରିକା ନିର୍ମିତ ସାମଗ୍ରୀ ଉପରେ ଲାଗୁ କରୁଥିବା ଟିକସର ସମାନ ପରିମାଣର ଟିକସ ଲାଗୁ କରିବାକୁ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ଆମେରିକା ମୁକ୍ତି ଦିବସ ବା ଲିବରେସନ ଡେ ଠାରୁ ଏହି ଟିକସ ଲାଗୁ ହେବ । ଆଜି ପୁଣି ଥରେ ଟାରିଫ ଘୋଷଣା କରିବେ ଡୋନାଲ୍ଡ ଟ୍ରମ୍ପ । ସେହି କ୍ଷଣ ଠାରୁ ଲାଗୁ ହେବ ନୂଆ ଟାରି ଫ୍। ଆଜି ଆମେରିକା ସମୟ ଅପରାହ୍ଣ ୪ଟା ବେଳେ ରୋଜ୍ ଗାର୍ଡେନରେ ନୂଆ ଟାରିଫ ଘୋଷଣା କରିବେ ଟ୍ରମ୍ପ।
ସେହିପରି ଏପ୍ରିଲ ୩ ତାରିଖରୁ ଅଟୋ ଶିଳ୍ପ ମଧ୍ୟ ସମାନ ଦଶା ଭୋଗିବାକୁ ଯାଉଛି । ଆମଦାନୀ ବିଦେଶୀ ଗାଡ଼ି ଉପରେ ୨୫ ପ୍ରତିଶତ ଟିକସ୍ ଲଗାଇବ ଆମେରିକା। ଏହାଦ୍ୱାରା ଭାରତ ସମେତ ଚୀନ, କାନାଡ଼ା ଭଳି ଦେଶ ପ୍ରଭାବିତ ହେବେ । ତେବେ ନୂଆ ଟାରିଫ ଲାଗୁ ହେବା ପୂର୍ବରୁ ଆମେରିକାର କେତେକ ଦ୍ରବ୍ୟ ଉପରେ ଭାରତ ଟିକସ୍ କମ କରିବ ବୋଲି ଆଶା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ୟୁରୋପୀୟ ୟୁନିୟନ ୨.୫ ପ୍ରତିଶତ ଟାରିଫ ହ୍ରାସ କରିଛି । ଆମେରିକାର ନୂଆ ଟାରିଫ ଲାଗିଲେ ବଶ୍ବକୁ ଆର୍ଥିକ ବିପର୍ଯ୍ୟୟ ମାଡ଼ି ଆସିବ ବୋଲି କୁହାଯାଉଛି । ଭାରତ ପାଇଁ ମହଙ୍ଗା ହେବ ଶକ୍ତି, ଭାରୀ ଯନ୍ତ୍ରାଂଶ ଆମଦାନୀ । ଶୁଳ୍କକୁ ନେଇ ଚିନ୍ତାରେ ନିବେଶକ। ସେୟାର ବଜାର ଧୂଳିସାତ। ୱାଲ୍ ଷ୍ଟ୍ରିଟ୍ ସହ ସମଗ୍ର ବିଶ୍ବବଜାର ନିମ୍ନମୁଖୀ ହୋଇଛି ।
ଆହୁରି ପଢ଼ନ୍ତୁ : ଲୋକସଭାରେ ଆଜି ଆଗତ ହେବ ସଂଶୋଧିତ ୱାକଫ ବିଲ୍, ୮ ଘଣ୍ଟା ଧରି ଚାଲିବ ବିତର୍କ