ଯୁଦ୍ଧ ପାଇଁ ପ୍ରଭାବିତ ଗ୍ଲୋବାଲ ସାଉଥ : ମୋଦି

ବିଶ୍ବର ବିଭିନ୍ନ ପ୍ରାନ୍ତରେ ଲାଗିଥିବା ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଭିଏତନାମରେ ପୂର୍ବ ଏସିଆ ସମ୍ମିଳନୀରେ ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ଗ୍ଲୋବାଲ ସାଉଥ ଉପରେ ଏହି ଯୁଦ୍ଧ ଭୀଷଣ ନକାରାତ୍ମକ ପ୍ରଭାବ ପକାଉଥିବା କହିଛନ୍ତି ମୋଦି ।  ସେହି ଇଣ୍ଡୋପାସିଫିକ୍ ଅଞ୍ଚଳ ପାଇଁ ଦକ୍ଷିଣ ଚୀନ ସାଗରରେ ଶାନ୍ତି ଓ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ବୋଲି ମୋଦି କହିଛନ୍ତି ।

ଖୁବ ଶୀଘ୍ର ଯୁଦ୍ଧର ଅବସାନ ହେବା ଆବଶ୍ୟକ ।  ମୁଁ ବୁଦ୍ଧଙ୍କ ଭୂମିରୁ ଆସିଛି । ଏହା ଯୁଦ୍ଧର ଯୁଗ ନୁହେଁ ବୋଲି କହିଛନ୍ତି ମୋଦି ।  ଏହି ଅବସରରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।  ବାତ୍ୟା ମିଲଟନ ଯୋଗୁ ବ୍ୟାପକ ଧନ ଜୀବନ ହାନୀ ଓ କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଆମେରିକା ଫ୍ଲୋରିଡା ଉପକୂଳରେ ବାତ୍ୟା ମିଲଟନର ତାଣ୍ଡବ ସୃଷ୍ଟି କରିଥିଲା । ଉଡ଼ାଇଲା, ବୁଡ଼ାଇଲା ହରିକେନ୍ ।  ବିଗତ ଶହେ ବର୍ଷ ଭିତରେ ସବୁଠୁ ବଡ ପ୍ରଳୟଙ୍କାରୀ ବାତ୍ୟା ମିଲଟନ୍ ଲ୍ୟାଣ୍ଡଫଲ କରିବା ପରେ ଧ୍ବଂଶଲୀଳା ରଚିଛି । ବୁଧବାର ରାତିରେ ସ୍ଥାନୀୟ ସିଏଷ୍ଟା କି ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବା ବେଳକୁ ଏହା କ୍ୟାଟାଗୋରୀ-୩ ବାତ୍ୟାରେ ପରିଣତ ହୋଇଥିଲା ।

ଫ୍ଲୋରିଡା ପଶ୍ଚିମ ଉପକୂଳରେ ଘଣ୍ଟାପ୍ରତି ୨୦୫ କିଲୋମିଟର ବେଗରେ ଗତି କରିଥିଲା । ମିଲଟନର ପ୍ରଭାବ ଏକ ବୃହତ ଅଞ୍ଚଳରେ ପଡିଛି । ଅଧିକ ପ୍ରଭାବିତ ହୋଇଛନ୍ତି ଟେମ୍ପା ବେ ,ସେଣ୍ଟ ପିଟର୍ସ ବର୍ଗ, ସରସୋଟା ଓ ଫୋର୍ଟ ମାୟର୍ସ ଅଞ୍ଚଳ । ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ ପରେ ଭୟଙ୍କର ବର୍ଷା,ପବନ ହୋଇଛି। ଫ୍ଲୋରିଡାର ଅଧିକାଂଶ ସ୍ଥାନରେ ବିଜୁଳି ନାହିଁ । ଅନ୍ଧାରରେ ୧୦ ଲକ୍ଷ ଲୋକ । ରାସ୍ତା ଘାଟ ବୁଡ଼ି ଯାଇଛି । ଲକ୍ଷଲକ୍ଷ ଲୋକ ଜାଗା ଛାଡ଼ି ପଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like