ପୁଣି ୧୨ ତାରିଖ ଯାଏଁ ନିଜର ସମସ୍ତ ଉଡାଣ ବାତିଲ କଲା ଗୋ ଫାଷ୍ଟ(Go First), ୬୫୨୧ କୋଟି କରଜରେ ବୁଡିଛି ଏୟାରଲାଇନ୍ସ କମ୍ପାନୀ
କରଜରେ ବୁଡିଛି ଗୋ ଫାଷ୍ଟ (Go First) ଏୟାରଲାଇନ୍ସ କମ୍ପାନୀ । ବିମାନ କମ୍ପାନୀ ଉପରେ ୬୫୨୧ କୋଟି ଟଙ୍କାର କରଜ ରହିଛି। ଏହାମଧ୍ୟରେ ୧୨ ମେ ଯାଏଁ ସମସ୍ତ ଉଡାଣ ବାତିଲ କରିଛି କମ୍ପାନୀ ।
ଦେବାଳିଆ ସ୍ଥିତିରେ ରହିଛି ଗୋ ଫାଷ୍ଟ ଏୟାରଲାଇନ୍ସ କମ୍ପାନୀ । ଆଉ ପ୍ରତିଦିନ ଉଡାଣ ବାତିଲ କରୁଛି । ପୁଣି ଥରେ ୧୨ ତାରିଖ ପର୍ଯ୍ୟନ୍ତ ନିଜର ସମସ୍ତ ଉଡାଣ ବାତିଲ କରିଛି ଗୋ ଫାଷ୍ଟ । କମ୍ପାନୀ ନିଜେ ଏହି ସୂଚନା ଦେଇଛନ୍ତି । କମ୍ପାନୀ ଏବେ ୬୫୨୧ କୋଟି କରଜରେ ବୁଡି ରହିଛି ।
ନିଜ ଟ୍ଵିଟର ପେଜରେ ଏୟାରଲାଇନ୍ସ କମ୍ପାନୀ ସେୟାର କରି କହିଛି କି, ବୈଷୟିକ ତ୍ରୁଟି ଯୋଗୁଁ ଏୟାରଲାଇନ୍ସ ସମସ୍ତ ବିମାନ ଉଡାଣ ୧୨ ତାରିଖ ଯାଏଁ ବାତିଲ କରିଛି । ସମସ୍ତ ଯାତ୍ରୀଙ୍କୁ ଟିକେଟ ରିଫଣ୍ଡ ମଧ୍ୟ ଯୋଗାଇ ଦେବ । ପ୍ରଭାବିତ ଯାତ୍ରୀ ନିଜର ସଂପୂର୍ଣ୍ଣ ପଇସା ଫେରସ୍ତ ପାଇବେ । ଏହା ପୂର୍ବରୁ ୨ ଓ ୩ ତା’ ପରେ ୫ ତାରିଖ ଯାଏଁ ସମସ୍ତ ଉଡାଣ ବାତିଲ କରିଥିଲା । ଏବେ ଏହାକୁ ବଢାଇ ପୁଣି ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ବାତିଲ କରିଛି ଏୟାରଲାଇନ୍ସ କମ୍ପାନୀ ।
Due to operational reasons, Go First flights until 12th May 2023 are cancelled. We apologise for the inconvenience caused and request customers to visit https://t.co/qRNQ4oQjYT for more info. For any queries or concerns, please feel free to contact us. pic.twitter.com/wqQIm6ZDqT
— GO FIRST (@GoFirstairways) May 5, 2023
ଡିଜିସିଏ ସୂଚନା ମୁତାବକ, ୧୫ ମେ ପର୍ଯ୍ୟନ୍ତ ସମସ୍ତ ବିମାନର ଟିକେଟ ବିକ୍ରି ଉପରେ ରୋକ୍ ଲାଗିଛି । ଏହାଛଡା ଏୟାରଲାଇନ୍ସ କମ୍ପାନୀଙ୍କୁ ସମସ୍ତ ଯାତ୍ରୀଙ୍କ ପଇସା ତୁରନ୍ତ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଡିଜିସିଏ । କମ୍ପାନୀ ବେଦାଳିଆ ସ୍ଥିତି ଘୋଷଣା କରିବା ସମ୍ବନ୍ଧୀୟ ନିଷ୍ପତ୍ତିକୁ ନେଇ ନ୍ୟାସନାଲ କମ୍ପାନୀ ଲ ଟ୍ରିବୁନାଲ କରିଥିବା ଆବେଦନକୁ ୮ ମେରେ ନିଷ୍ପତ୍ତି ଶୁଣାଯିବ ।
୨୦୦୫ରୁ ଆରମ୍ଭ ହୋଇଥିବା ବିମାନ ସେବା ଗୋଫାଷ୍ଟ ଶସ୍ତା ବିମାନଯାତ୍ରା କରାଉଥିଲା । ହେଲେ ଏବେ କମ୍ପାନୀ କରିଥିବା କରଜ ଯୋଗୁଁ କମ୍ପାନୀ ବୁଡିବାକୁ ବସିଛି । ପ୍ରତିଦିନ ବିମାନ ଉଡାଣ ବାତିଲ ମଧ୍ୟ କରୁଛି ।
ଏହା ପୂର୍ବରୁ ୨ ଓ ୩ ତା’ ପରେ ୫ ତାରିଖ ଯାଏଁ ସମସ୍ତ ଉଡାଣ ବାତିଲ କରିଥିଲା । ଏଥିପାଇଁ ଗୋ ଫାଷ୍ଟ ଏୟାରଲାଇନ୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଡିଜିସିଏ । କମ୍ପାନୀ ନିଷ୍ପତ୍ତି ଅନୁଯାୟୀ ଏହାର ୨୫ ବିମାନର ଉଡ଼ାଣ ବନ୍ଦ କରିଥିଲା । ପୂର୍ବରୁ କୌଣସି ନୋଟିସ ନ ଦର୍ଶାଇ ଏୟାରଲାଇନ୍ସ ୩ ଏବଂ ୪ ମଇର ଉଡାଣ ରଦ୍ଦ କରିଥିଲା ।