ଛେଳିକୁ ପସନ୍ଦ ଫଟୋ ଉଠାଇବା, ଷ୍ଟାଇଲ ଦେଖି ଫିଦା ହେଲେ ଲୋକେ…

ସାଧାରଣତଃ ସୋସିଆଲ ମିଡିଆରେ ସୁନ୍ଦର ସୁନ୍ଦର ପଶୁପକ୍ଷୀ ମାନଙ୍କର ଫଟୋ ପୋଷ୍ଟ କରାଯାଇଥାଏ । ଯାହାକୁ ଦେଖି ଆପଣ ହସି ହସି ଗଡି ଯାଇଥାନ୍ତି । ଆଜିକାଲି ମାଲେସିଆରେ ରହୁଥିବା ଏକ ଛେଳିର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି । ମାଲେସିଆ ପେରାକ ରାଜ୍ୟର ଏକ ଫାର୍ମରେ ରହୁଥିବା ସନେନ ପ୍ରଜାତିର ଏହି ଛେଳିର ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

୧୧ ମାସର ଏହି ଛେଳିର ଫଟୋକୁ ଲାଇବଷ୍ଟକ ଫାର୍ମର ମାଲିକ ନିଜ ଫେସବୁକ ପେଜରେ ସେୟାର କରିଥିଲେ । ଫଟୋ ପୋଷ୍ଟ ହେବା ସହିତ ଏହି ସୁନ୍ଦର ଛେଳିଟି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଆରମ୍ଭ କରିଦେଇଥିଲା । ଲୋକମାନେ ଏହି ଛେଳିର ତୁଳନା କୋରିୟାନ ପପଷ୍ଟାରଙ୍କ ସହ କରିଥିଲେ । ଫାର୍ମର ମାଲିକ ୨୧ ବର୍ଷର ଅହମଦ ଏମ ଫଦାଯିରଙ୍କ କହିବା ଅନୁଯାୟୀ ରୋମୋଶ ନାମକ ଏହି ଛେଳିକୁ ଫଟୋ ଉଠାଇବା ବହୁତ ପସନ୍ଦ । ସେ କ୍ୟାମେରା ଦେଖୁ ଦେଖୁ ହିଁ ପୋଜ ଦେବା ଆରମ୍ଭ କରିଦେଇଥାଏ । ଯେତେବେଳେ ସେ ଏହି ଛେଳିର ଫଟୋ ପୋଷ୍ଟ କରିଥିଲେ ତାଙ୍କୁ ଜଣାନଥିଲା କି ଏହା ଏତେମାତ୍ରାରେ ଲୋକମାନଙ୍କୁ ପସନ୍ଦ ଆସିବ ବୋଲି । ସେ କହିଥିଲେ କି ତାଙ୍କ ପାଖରେ ପାଖାପାଖି ୧୭ରୁ ଅଧିକ ପ୍ରଜାତିର ଛେଳି ଅଛନ୍ତି କିନ୍ତୁ ରୋମଶ ସମସ୍ତଙ୍କଠୁ ଅଲଗା ଅଟେ । ରୋମୋସର ମୁଣ୍ଡରେ ଥିବା ଵାଳ ବହୁତ ସୁନ୍ଦର ଅଟେ ଏବଂ ଫଟୋ କ୍ଲିକ କରିବା ସମୟରେ ତାର ଚେହେରାର ରଙ୍ଗ ଏପରି ବଦଳିଥାଏ ସତେ ଯେପରି ସେ ମୁରୁକି ହସୁଛି । ରୋମୋସର ଏହି ଗୁଣ ଗୁଡ଼ିକ ଏହାକୁ ସମସ୍ତଙ୍କଠୁ ଅଲଗା ବନାଇଥାଏ ।

ଛେଳିର ମାଲିକ କହିଛନ୍ତି ରୋମୋସର ଏହି ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିସାରିବା ପରେ ତାଙ୍କୁ ରୋମୋସକୁ ବିକିବା ପାଇଁ ବହୁତ ଅଫର ଆସିଥିଲା କିନ୍ତୁ ସେ ସମସ୍ତଙ୍କୁ ମନା କରିଦେଇଥିଲେ ଏବଂ ଏହି ପ୍ରଜାତିର ଅନ୍ୟ ଛେଳି ଦେଇପାରିବେ ବୋଲି କହିଥିଲେ । ଏହାସହିତ ଅହମଦ କହିଛନ୍ତି ସନେନ ପ୍ରଜାତିର ଛେଳି ଗୁଡିକୁ ପାଳିବା ଏତେ ସହଜ ନୁହେଁ ସେମାନଙ୍କୁ ଠିକ ଭାବେ ଦେଖାଶୁଣା କରିବା ସହ ଏକ ସୁସ୍ଥ ବାତାବରଣର ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.