ଛେଳିର ନାଁ ସଲମାନ୍, ଦାମ୍ ୮ ଲକ୍ଷ ଟଙ୍କା ; କିଏ କିଣିବେ କି ?
ଗୋଟିଏ ଛେଳିର ଦାମ୍ ୮ ଲକ୍ଷ ଟଙ୍କା । ବିଶ୍ୱାସ ହେଉନି ନାଁ ? ହେଲେ ଏଇ ଭାରତରେ କିଛି ବି ଘଟି ପାରେ । ତେଣୁ ଏହା ବି ଘଟିବା ସମ୍ଭବ । ଉତ୍ତର ପ୍ରଦେଶ ଗୋରଖପୁରରେ ଥିବା ଏହି ଛେଳିର ମାଲିକ ତାର ଦାମ୍ ସ୍ଥିର କରିଛନ୍ତି ୮ ଲକ୍ଷ ଟଙ୍କା । ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଛେଳିର ଦାମ୍ ଏତେ ଟଙ୍କା କଣ ପାଇଁ । ଆଜ୍ଞା ଟିକେ ଭଲ କରି ବୁଝନ୍ତୁ କଣ ପାଇଁ ।
ପ୍ରଥମରେ ହେଉଛି ଛେଳିର ନାଁ ସଲମାନ୍ । ଦ୍ୱିତୀୟରେ ତା ଦେହରେ କୁଆଡ଼େ ‘ଆଲ୍ଲା’ ଲେଖା ହୋଇଛି । ଏକଥା କହୁଛନ୍ତି ଛେଳିର ମାଲିକ ମହମ୍ମଦ ନିଜାମୁଦ୍ଦିନ୍ ।
ନିଜାମୁଦ୍ଦିନଙ୍କ କହିବା କଥା ଛେଳି ସଲମାନର ଓଜନ ୯୫ କିଲୋ । ଦିନକୁ ତା ପିଛା ୮୦୦ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ତେଣୁ ବକ୍ରିଦ୍ ପୂର୍ବରୁ ଏହାକୁ ଭଲ ଦାମ୍ରେ ବିକିବା ଲାଗି ସେ ମୂଲଚାଲ୍ କରୁଛନ୍ତି ।