ଦୁର୍ଗାଙ୍କ ପ୍ରତିମାରେ ଲାଗିଛି ୪ କିଲୋ ଓଜନର ସୁନା ଓ ୨ କୋଟି ଟଙ୍କା, ଦେଖନ୍ତୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ପୂଜା ପାଉଥିବା ମା’ଙ୍କ ଏହି ମୂର୍ତ୍ତି

ବିଶାଖାପାଟଣା: ଆଜି ହେଉଛି ମହାନବମୀ। ବିଭିନ୍ନ ରାଜ୍ୟରେ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି। । ଏହି ପରିପେକ୍ଷୀରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଏଭଳି ଏକ ଦୁର୍ଗାଙ୍କ ପ୍ରତିମା ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଚାଲିଛି ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁର୍ଗାଙ୍କ ପ୍ରତିମାରେ ୪ କିଲୋଗ୍ରାମ୍ ଓଜନର ସୁନା ଓ ୨ କୋଟି ଟଙ୍କା ସଜାଯାଇଛି । ଏହି ପ୍ରତିମାକୁ ଦେଖିବା ପାଇଁ ବହୁ ଦୂରରୁ ଲୋକେ ଆସୁଛନ୍ତି ।

ଏହାସହ ପଢନ୍ତୁ:

କୋଲକାତାରେ ଜମୁଛି ଦୁର୍ଗାପୂଜା, ସନ୍ତୋଷ ମିତ୍ର ସ୍କୋୟାର ମଣ୍ଡପ ନିର୍ମାଣରେ ଲାଗିଛି ସୁନା, ରୁପା ସହ ୧୦ ଟନ୍‌ ଜବ କାଚ

ବିଶାଖାପାଟଣାରେ ଥିବା ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଦୁର୍ଗା ଅଷ୍ଟମୀ ଅବସରରେ ଦେବୀଙ୍କ ପ୍ରତିମାକୁ ୪ କିଲୋଗ୍ରାମ ସୁନା ଓ ୨ କୋଟି ଟଙ୍କାରେ ସଜାଯାଇଛି । ଏଠାରେ ରଖାଯାଇଥିବା ଏକ ମାଠିଆରେ ସୁନାର ଟଙ୍କା ବି ରଖାଯାଇଥିବା ଜଣାଯାଇଛି । ଶ୍ରଦ୍ଧାଳୁମାନେ ଏହି ମୂର୍ତ୍ତି ଦେଖିବା ପାଇଁ କେବଳ ଆନ୍ଧ୍ର ପ୍ରଦେଶରୁ ନୁହେଁ ,ବରଂ ପଡ଼ୋଣୀ ରାଜ୍ୟରୁ ବି ଲୋକେ ଆସୁଛନ୍ତି ।ଏହି ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିର ହେଉଛି ୧୪୦ ବର୍ଷର ପୁରୁଣା । ଏହି ମନ୍ଦିରରେ ଦେବୀଙ୍କ ସମ୍ମୁଖରେ ଟଙ୍କା ଓ ସୁନା ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ପୂଜା ଶେଷ ହେବା ପରେ ଏହି ଟଙ୍କାକୁ ମନ୍ଦିରର ଟ୍ରଷ୍ଟ ଗ୍ରହଣ ନ କରି ଶ୍ରଦ୍ଧାଳୁମାନଙ୍କୁ ଫେରାଇ ଦେଇଥାଏ ବୋଲି ଜଣାଯାଇଛି।

video courtesy:TOI,ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.