ରାଜକପୁରଙ୍କ ମୁମ୍ବାଇ ବଙ୍ଗଳାକୁ ୧୦୦ କୋଟି ଟଙ୍କାରେ କିଣିଲା ଗୋଦରେଜ ଭୂ-ସତ୍ତ୍ୱ ବିଭାଗ, କରିବ ୫୦୦ କୋଟି ଟଙ୍କାର ହାଉସିଂ ପ୍ରୋଜେକ୍ଟ

ଗୋଦରେଜ ପ୍ରପଟିଜ୍‌(ଭୁସମ୍ପତ୍ତି) ଲିମିଟେଡ କିଣିଲା କିମ୍ବଦନ୍ତୀ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ମୁମ୍ବାଇ ଚେମ୍ବୁର ସ୍ଥିତ ବଙ୍ଗଳା । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିବା ସହ ଏଠାରେ ବିଳାସପୂର୍ଣ୍ଣ ହାଉସିଂ ପ୍ରୋଜେକ୍ଟ କରିବ ବୋଲି ଜଣାପଡିଛି । କମ୍ପାନୀ ଏହି ଜମିକୁ ୧୦୦ କୋଟିରେ କିଣି ଏହାକୁ ପ୍ରାୟ ୫୦୦ କୋଟି ଟଙ୍କାର ହାଉସିଂ ପ୍ରୋଜେକ୍ଟ କରି ବିକ୍ରି କରିବ ବୋଲି ଜଣାପଡିଛି ।

ମୁମ୍ବାଇ : ଗୋଦରେଜ ପ୍ରପଟିଜ୍‌(ଭୁସମ୍ପତ୍ତି) ଲିମିଟେଡ କିଣିଲା କିମ୍ବଦନ୍ତୀ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କ ମୁମ୍ବାଇ ଚେମ୍ବୁର ସ୍ଥିତ ବଙ୍ଗଳା । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିବା ସହ ଏଠାରେ ବିଳାସପୂର୍ଣ୍ଣ ହାଉସିଂ ପ୍ରୋଜେକ୍ଟ କରିବ ବୋଲି ଜଣାପଡିଛି । କମ୍ପାନୀ ଏହି ଜମିକୁ ୧୦୦ କୋଟିରେ କିଣି ଏହାକୁ ପ୍ରାୟ ୫୦୦ କୋଟି ଟଙ୍କାର ହାଉସିଂ ପ୍ରୋଜେକ୍ଟ କରି ବିକ୍ରି କରିବ ବୋଲି ଜଣାପଡିଛି ।

ଏହି ଜମିକୁ କପୁର ପରିବାରର ସମସ୍ତ ଆଇନତଃ ଅଧିକାରୀ (ଲିଗାଲ ହେୟାର) ଙ୍କ ଠାରୁ କିଣାଯାଇଛି ବୋଳି କମ୍ପାନୀ କହିଛି । କପୁର ପରିବାରଙ୍କ ବଙ୍ଗଳା ଥିବା ଏହି ଜମି ପ୍ରାୟ ୧ ଏକର ହେବ, ଯାହାକୁ ହାଉସିଂ ପ୍ରୋଜେକ୍ଟରେ ବିକଶିତ କରାଯାଇ ବିକ୍ରି କରାଯିବ ବୋଲି କହିଛନ୍ତି ଗୋଦରେଜ ପ୍ରପଟିଜ ଲିମଟେଡର ଅଧ୍ୟକ୍ଷ ପିରୋଜଶା ଗୋଦରେଜ । ଯଦିଓ ସେ ଜମିର ପ୍ରକୃତ ମୂଲ୍ୟ କହି ନାହାଁନ୍ତି,ତେବେ ଏହା ପ୍ରାୟ ୧୦୦ କୋଟି ହେବ ବୋଲି ଗୋଦରେଜ ଅଧ୍ୟକ୍ଷ କହିଛନ୍ତି । ଚେମ୍ବୁର ଏକ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ସହ ଭଲ ସଂଯୋଗୀକରଣ ହୋଇଥିବାରୁ ଓ ଏହା ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏଠାରେ ଭଲ ରେସିଡେନ୍ସିଆଲ ପ୍ରୋଜେକ୍ଟ ହୋଇ ପାରିବ ବୋଲି ଅଧ୍ୟକ୍ଷ ପିରୋଜଶା କହିଛନ୍ତି ।

୨୦୧୯ ମଇ ମାସରେ କମ୍ପାନୀ ଚେମ୍ବୁର ସ୍ଥିତ ଆରକେ ଷ୍ଟୁଡିଓକୁ ଗ୍ରହଣ କରିଥିଲା । ଏଠାରେ କପୁର ପରିବାର ସହ ମିଶି ଗୋଦରେଜ ଏକ ପ୍ରୋଜେକ୍ଟ କରିଛି, ଯାହାକି ଚଳିତ ବର୍ଷ ଉନ୍ମୋଚନ କରାଯିବ ବୋଲି ଗୋଦରେଜ ପ୍ରପଟିଜ କମ୍ପାନୀ ପକ୍ଷରୁ କୁହାଯାଇଛି । ଆମ ପରିବାର ପାଇଁ ଆରକେ ଷ୍ଟୁଡିଓ କେବଳ ଏକ ଐତିହାସିକ ନୁହେଁ ଏହା ଆମର ଆବେଗ ସହ ଜଡିତ । ଏହାକୁ ଗୋଦରେଜ କମ୍ପାନୀ ଡେଭଲପ କରିଥିବାରୁ ମୁଁ ଖୁସି ବୋଲି ରାଜ କପୁରଙ୍କ ପୁତ୍ର ରନ୍ଧିର କପୁର କହିଛନ୍ତି ।

ଗୋଦରେଜ କମ୍ପାନୀ ଏହାର ଆଖପାଖରେ ଆହୁରି ଅଧିକ ଜମି ଅଧିଗ୍ରହଣ କରିଛି,ଯାହାର ମୂଲ୍ୟ ପ୍ରାୟ ୨୮ ୦୦୦ କୋଟି ହେବ ବୋଲି କମ୍ପାନୀ କହିଛି । ଏଠାରେ ଖୁବ୍‌ ଶୀଘ୍ର ରେସିଡେନ୍ସିଆଲ ପ୍ରୋଜେକ୍ଟ ଡେଭଲପ କରି କମ୍ପାନୀ ବଣ୍ଟନ କରିବ ବୋଲି ଗୋଦରେଜ କମ୍ପାନୀ ଅଧ୍ୟକ୍ଷ କହିଛନ୍ତି । ସତ୍ତ୍ୱ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.