ପ୍ରଦୂଷଣ ବଳୟରେ କାଶୀ, ଶେଷରେ ଭଗବାନ ପିନ୍ଧିଲେ ମାକ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ପରିବେଶ ମଧ୍ୟ ଖରାପ ହୋଇସାରିଛି। ବାୟୁ ପ୍ରଦୂଷଣ କାରଣରୁ ପୁରା ସହର ଧୂଆଁରେ ଢାଙ୍କି ହୋଇ ରହିଛି। ଏହିକାରଣରୁ ଲୋକମାନଙ୍କୁ ଶ୍ୱାସ କ୍ରିୟାରେ ସମସ୍ୟା ହେବା ସହ ଅନେକ ମନ୍ଦିରରେ ମଧ୍ୟ ଭଗବାନଙ୍କୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତି କରାଯାଉଛି। ସହରର କିଛି ମନ୍ଦିରରେ ଭଗବାନଙ୍କ ପ୍ରତିମାରେ ମାକ୍ସ ପିନ୍ଧା ଯାଇଛି। ଭଗବାନଙ୍କୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ରିପୋର୍ଟ ଅନୁଯାୟୀ ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀ ସହିତ ୟୁପିର ଅନେକ ସହରର ପରିବେଶ ମଧ୍ୟ ଖୁବ୍‌ ବିଷ ହୋଇସାରିଛି। ଗତ ମଙ୍ଗଳବାର ଦିନ କାନପୁର ଏବଂ ଲକ୍ଷ୍ନୌ ଦେଶର ସମୁଠାରୁ ପ୍ରଦୂଷିତ ସହର ହୋଇଥିଲା। ସେହିପରି ବାରାଣସୀର ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ପ୍ରଶାସନର ସତଚେଷ୍ଟା ପରେ ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାଖାପାଖି ରହିଥିଲା।

god maskସୂଚନା ଅନୁଯାୟୀ ଏହା ମଧ୍ୟରେ ସହରର ସିଗରା ସ୍ଥିତ ଏକ ମନ୍ଦିରରେ ମହାଦେବଙ୍କ ସହିତ ସମସ୍ତ ଦେବୀ-ଦେବତାଙ୍କୁ ମାକ୍ସ ପିନ୍ଧା ଯାଇଛି। ପୂଜାରୀ ହରିଶ୍‌ ମିଶ୍ରଙ୍କ କହିବା ଅନୁଯାୟୀ ଏହି ପଦକ୍ଷେପ ସ୍ଥିର କରାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଭଗବାନଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭଗବାନଙ୍କୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି। ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଏହାସହ ପଢନ୍ତୁ: ପୂର୍ବତନ ସିଏମ୍‌ ମନୋହର ପାରିକରଙ୍କ ପୈତୃକ ଗାଁରେ ଫଟୋ ଉଠାଇଲେ ଦେବାକୁ ପଡ଼େ ୧୦୦ ଟଙ୍କା, ଜାଣନ୍ତୁ କାହିଁକି

ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ଦିନ କାନପୁରର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୩ ରହିଥିଲା। ସେହିପରି ଲକ୍ଷ୍ନୌର ଏୟାର କ୍ୱାଲିଟି ୪୧୬ ରହିଥିଲା। ଗତ ମଙ୍ଗଳବାର ଦିନ ଏହି ଦୁଇଟି ସହର ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଥିଲା। ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୨୪ ସହ ଦିଲ୍ଲୀ ୧୩ତମ ସ୍ଥାନରେ ରହିଥିଲା। ଦେଶର ୧୦ଟି ପ୍ରଦୂଷିତ ସହରରେ ୭ଟି ସହର ୟୁପିର ରହିଥିଲା। ଏଥିମଧ୍ୟରୁ ଲକ୍ଷ୍ନୌ, କାନପୁର ବ୍ୟତୀତ ମୁଜାଫର ନଗର(୩୮୫), ନୋଏଡା(୩୫୧), ମୁରାଦାବାଦ(୩୫୦), ଗାଜିୟାବାଦ୍‌(୩୪୬), ଗ୍ରେଟର ନୋଏଡା(୩୪୦) ସାମିଲ ରହିଛି। ସେହିଭଳି ଅନ୍ୟ ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ବିହାରର ରାଜଧାନୀ ପାଟନା(୪୧୪), ହରିୟାଣାର ପାନିପଥ(୩୭୧) ଏବଂ ଜୀଂଦ(୩୪୪) ସାମିଲ ରହିଛି।

Leave A Reply

Your email address will not be published.