ଏୟାର ଇଣ୍ଡିଆ ବିମାନ ଟଏଲେଟ୍‌ରୁ ମିଳିଲା ୨.୨୪ କୋଟି ଟଙ୍କାର ସୁନା

ସୀମା ଶୁଳ୍କ ଅଧିକାରୀମାନେ ଦୁବାଇ ଠାରୁ ଚେନ୍ନାଇ ଯାଉଥିବା ବିମାନ ଏୟାର ଇଣ୍ଡିଆ ବିମାନର ଟଏଲେଟ୍‌ରେ ଲୁଚାଇ ରଖାଯାଇଥିବା ୨.୨୪ କୋଟି ଟଙ୍କାର ସୁନା ଜବତ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସୁନା କାହାର ବୋଲି ଦାବି ହୋଇନାହିଁ। ବିମାନ ଅଧିକାରୀ ଏହି ଘଟଣାରେ ଏକ ମାମଲା ରୁଜୁ କରି ବିମାନ ବନ୍ଦରରେ ଯାଞ୍ଚ କରିଛନ୍ତି। ଏହି ସମୟରେ ଅଧିକାରୀମାନଙ୍କ ନଜର ଟଏଲେଟରେ ଲୁଚାଇ ରଖାଯାଇଥିବା ୪ଟି ବଣ୍ଡଲ୍‌ ଉପରେ ପଡ଼ିଥିଲା।

gold

ଏହାସହ ପଢନ୍ତୁ: ପ୍ରଦୂଷଣ ବଳୟରେ କାଶୀ, ଶେଷରେ ଭଗବାନ ପିନ୍ଧିଲେ ମାକ୍ସ

ରିପୋର୍ଟ ଅନୁଯାୟୀ ଏହି ବିମାନ ଦିଲ୍ଲୀ ଯାଉଥିଲା। ଅଧିକାରୀମାନେ ଏହି ବଣ୍ଡଲକୁ ଖୋଲିବା ପରେ ସେଥିରୁ ୪୮ ଟି ସୁନା ଛଡ ମିଳିଥିଲା, ଯାହାର ଓଜନ ୫.୬ କିଲୋଗ୍ରାମ। ଏହାର ମୂଲ୍ୟ ୨.୨୪ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି।