ଗୋଲ୍ଡ ମ୍ୟାନ ନାଁରେ ପ୍ରସିଦ୍ଧ ସମ୍ରାଟଙ୍କ ମୃତ୍ୟୁ, ପିନ୍ଧୁଥିଲେ କୋଟି କୋଟି ଟଙ୍କାର ସୁନା

କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧୁଥିବା ଗୋଲ୍ଡ ମ୍ୟାନ ରୂପେ ପ୍ରସିଦ୍ଧ ସମ୍ରାଟଙ୍କର ଗତ ମଙ୍‌ଗଳବାର ଦିସନ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ସମ୍ରାଟ ନିଜ ଶରୀରରେ ୮ ରୁ ୧୦ କିଲୋ ସୁନା ଗହଣା ପିନ୍ଧୁଥିଲେ। ରିପୋର୍ଟ ଅନୁଯାୟୀ ପୁଣେର ସଂଗମବାଡି ଅଞ୍ଚଳରେ ରହୁଥିବା ସମ୍ରାଟ ମୋଝେ ନିଜ ଶରୀରରେ ପ୍ରତ୍ୟେକ ଦିନ ୮ ରୁ ୧୦ କିଲ ସୁନାର ଗହଣା ପିନ୍ଧିବାର ସୌକ ରଖିଥିବା କାରଣରୁ ସମ୍ରାଟ ଗୋଲ୍ଡ ମ୍ୟାନ ନାଁରେ ଖୁବ୍‌ କମ ସମୟରେ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଯାଇଥିଲେ। ଏହିକାରଣରୁ ମଧ୍ୟ ସମ୍ରାଟ ରାଜ୍ୟରେ ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ତାଙ୍କ ସହ ସେଲ୍ଫି ନେବା ପାଇଁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ।

gold-man୩୭ ବର୍ଷିୟ ସମ୍ରାଟ ହୀରାମନ ମୋଝେଙ୍କର ହାଟ୍‌ଆଟାକ୍‌ କାରଣରୁ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ସମ୍ରାଟ ଜଣେ ବ୍ୟବସାୟୀ ଥିଲେ ଏବଂ ତାଙ୍କର ରାଜନୀତିକ କ୍ଷେତ୍ରରେ ମଧ୍ୟ ଭଲ ନାଁ ରହିଥିଲା। ସେ ପୁଣେ ସହରରେ ପ୍ରଥମେ ଟୁରିଷ୍ଠ ବସ ପାଇଁ ନିଜସ୍ୱ ବସ ଡିପୋ ଏବଂ ପାର୍କିଂ ଆରମ୍ଭ କରିଥିଲେ। ଏସବୁ ବ୍ୟତୀତ ସମ୍ରାଟ ଜମି ବ୍ୟବସାୟ ଏବଂ ଘୋଡା ବିକ୍ରି କରୁଥିଲେ।

gold man samratସମ୍ରାଟ ମୋଝେ ବିବାହିତ। ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି। ଗତ ସପ୍ତାହରେ ସେ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ନିଜର ୩୭ତମ ଜନ୍ମଦିବସ ପାଳନ କରିଥିଲେ। ସୂଚନା ଯୋଗ୍ୟ ରାଜନୀତିରେ ତାଙ୍କ ପରିବାରର ପୂର୍ବରୁ ହିଁ ଆତ୍ମିୟତା ରହିଥିଲା। ତାଙ୍କ ଦାଦା ରାମଭାଓ ମୋଝେ ପୁଣେ ଦାପୌଡି ବିଧାନ ସଭା ନିର୍ବାଚନ କ୍ଷେତ୍ରରେ ତିନି ଥର ବିଧାୟକ ହୋଇଥିଲେ। କିଛି ସମୟ ପର୍ଯ୍ୟନ୍ତ ସମ୍ରାଟ ମୋଝେ ରାଷ୍ଟ୍ରବାଦୀ କଂଗ୍ରେସ ସହ ମଧ୍ୟ ଜୋଡି ହୋଇ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.