ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ଫ୍ୟାନ୍ଙ୍କୁ କହିଲେ ଚିନ୍ତା ଦୂର କରିବାର ଦେଶୀ ଉପାୟ
ଟୋକିଓ ଅଲିମ୍ପିକ୍ରେ ଜ୍ୟାଭ୍ଲିନ ଥ୍ରୋ ଜରିଆରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲ୍ଡେନ ବୟ ନୀରଜ ଚୋପ୍ରା ରାତାରାତି ଷ୍ଟାର୍ ବନି ଯାଇଛନ୍ତି। ଏବେ ସେ ଜନତାଙ୍କ ହିରୋ ସାଜିଛନ୍ତି। ନୀରଜ ଚୋପ୍ରା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଏବେ ଏବେ ଗୋଲ୍ଡେନ ବୟଙ୍କର ଏକ ଫଟୋକୁ ଚର୍ଚ୍ଚା ଜୋର୍ ଧରିଛି, ଯେଉଁଥିରେ ସେ ଚିନ୍ତା ଦୂର କରିବାର ଦେଶୀ ଉପାୟ କହୁଛନ୍ତି।
ବାସ୍ତବରେ ନୀରଜ ନିଜ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେବା ପରେ ଫ୍ୟାନ୍ମାନଙ୍କୁ ତାଙ୍କ ସରଳତା ଉପରେ ବିଶ୍ୱାସ ଆସିଯାଇଛି। ଭାଇରାଲ ଫଟୋରେ ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।
ଏବେ ସୁଦ୍ଧା ନୀରଜଙ୍କର ଏହି ପୋଷ୍ଟରେ ୧ ମିଲିୟନରୁ ଅଧିକ ଲାଇକ୍ସ ଆସି ସାରିଲାଣି। ଫଟୋରେ ତାଙ୍କ ଫ୍ୟାନ୍ମାନେ ଢେର୍ କମେଣ୍ଟ ବର୍ଷା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହାକୁ କୁହନ୍ତି ହରିୟାଣୀ ଟୋକା। କୌଣସି ଦେଖେଇ ହେବା କି ଅହଂକାର ନାହିଁ’। ଆଉଜଣେ ଲେଖିଛନ୍ତି, ‘ଏହା ହିଁ ହେଉଛି ସ୍ୱାସ୍ଥ୍ୟର ରହସ୍ୟ’।
View this post on Instagram