PM kisan: ଚାଷୀଙ୍କ ପାଇଁ ଖୁସି ଖବର! ଏବେ ପ୍ରତି ବର୍ଷ ୬୦୦୦ ଜାଗାରେ ମିଳିବ ୩୬୦୦୦ ଟଙ୍କା, ଜଲ୍‌ଦି ହିଁ କରି ନିଅନ୍ତୁ ଏହି କାମ

ପିଏମ୍‌ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀଙ୍କ ପାଇଁ ଖୁସି ଖବର। ଏବେ ଆପଣଙ୍କୁ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ମିଳିପାରିବ। ସବୁଠୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ବି ପ୍ରକାରର କିଛି ଦସ୍ତାବିଜ୍‌ ଦେବାକୁ ପଡ଼ିବ ନାହିଁ। କହି ରଖୁଛୁ, ଏବେ ପିଏମ୍‌ କିସାନ ମାନଧନ ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ମିଳିବ।

ଆପଣ ପାଇପାରିବେ ୩୬୦୦୦ ଟଙ୍କା

ପିଏମ୍‌ କିସାନ ମାନଧନ ଯୋଜନା ଅନ୍ତର୍ଗତ ଚାଷୀମାନଙ୍କୁ ପ୍ରତ୍ୟେକ ମାସରେ ପେନ୍‌ସନ ଦିଆଯାଉଛି। ଏବେ ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ୍‌ ବାର୍ଷିକ ୩୬୦୦୦ ଟଙ୍କା ଚାଷୀମାନଙ୍କୁ ପେନ୍‌ସନ ଦିଆଯିବ। ମୋଦି ସରକାର ଚାଷୀମାନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଏହି ରାଶି ପ୍ରଦାନ କରି ଆସୁଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ଚାଲିଥିବା ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ କିଛି ଡକ୍ୟୁମେଣ୍ଟସ୍‌ ଆବଶ୍ୟକ ପଡ଼ିବ, ଯେପରି ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଡିଟେଲ ଆଦି। କିନ୍ତୁ ଯଦି ଆପଣ ପିଏମ୍‌ କିସାନର ଫାଇଦା ନେଉଛନ୍ତି, ତ ଏଥିପାଇଁ ଆପଣଙ୍କୁ କୌଣସି ବି ଏକ୍ସଟ୍ରା ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ ନାହିଁ।

ଏହି ଯୋଜନାର ଫାଇଦା କେମିତି ମିଳିବ

୧. ଏହି ଯୋଜନାର ଲାଭ ୧୮ରୁ ୪୦ ବର୍ଷ ବୟସର କୌଣସି ବି ଚାଷୀ ନେଇ ପାରିବେ।

୨. ଏଥିପାଇଁ ଅତିବେଶୀରେ ୨ ହେକ୍ଟର ଚାଷଯୋଗ୍ୟ ଜମି ଥିବା ଦରକାର।

୩. ଅତିକମ୍‌ରେ ୨୦ ବର୍ଷ ଏବଂ ଅତିବେଶୀରେ ୪୦ ବର୍ଷ ପର୍ଯ୍ୟନ୍ତ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅଂଶଦାନ କରିବାକୁ ହେବ, ଯାହାକି ଚାଷୀଙ୍କ ବୟସ ଉପରେ ନିର୍ଭର କରୁଛି।

୪. ୧୮ ବର୍ଷ ବୟସରେ ଯୋଡ଼ି ହୋଇଥିବା ଚାଷୀଙ୍କୁ ମାସିକ ଅଂଶଦାନ ୫୫ ଟଙ୍କା ଦେବାକୁ ହେବ।

୫. ଯଦି ୩୦ ବର୍ଷ ବୟସରେ ଆପଣ ଏହି ଯୋଜନାରେ ଯୋଡ଼ି ହେଉଛନ୍ତି, ତ ୧୧୦ ଟଙ୍କା ଜମା କରିବାକୁ ହେବ।

୬. ଯଦି ୪୦ ବର୍ଷ ବୟସରେ ଯୋଡ଼ି ହେଉଛନ୍ତି, ତ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.