ଗୁଗୁଲରେ ସର୍ଚ୍ଚ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଚାଲିଯାଇପାରେ ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ କୌଣସି କମ୍ପାନିର କଷ୍ଟମର କେୟାର ନମ୍ବର ଅଥବା ଅନ୍ୟ କିଛି ଜିନିଷ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ବହୁତ ବଡ଼ ପରିଣାମ ଭୋଗିବାକୁ ପଡ଼ିବ। ନିକଟରେ ଦିଲ୍ଲୀରେ ଏପରି ଏକ ଘଟଣା ଘଟଛି। ଜଣେ ମହିଳାଙ୍କ ଗୁଗୁଲ ସର୍ଚ୍ଚ କାରଣରୁ ୧ଲକ୍ଷ ଟଙ୍କାର କ୍ଷତି ଭୋଗିଛନ୍ତି।
ସୂଚନା ଅନୁଯାୟୀ, ପ୍ରାଇଭେଟ କମ୍ପାନିରେ କାମ କରୁଥିବା ଜଣେ ମହିଳା ଇ-ୱାଲେଟ ବ୍ୟବହାର କରୁଥିବା ସମୟରେ ତାଙ୍କୁ ଅସୁବିଧା ହୋଇଥିଲା। ଫଳରେ ସେ ଇ-ୱାଲେଟ କଷ୍ଟମର କେୟାର ନମ୍ବର ଖୋଜି ଟ୍ରାଞ୍ଜାକସନ ବିଷୟରେ ଅଭିଯୋଗ କରିବାକୁ ଚାହିଁଥିଲେ। ଏହି ସମୟରେ ସର୍ଚ୍ଚ ଇଞ୍ଜିନରେ ଦେଖାଇଥିବା ନମ୍ବରରେ ମହିଳା ଜଣଙ୍କ ଫୋନ କରି ଅଭିଯୋଗ କରିଥିଲେ। ଫୋନ ରିସିଭ କରି କଥା ହୋଇଥିବା ବ୍ୟାକ୍ତି ନିଜକୁ ଇ-ୱାଲେଟର କଷ୍ଟମର କେୟାର ପ୍ରତିନିଧି କହିଥିଲେ। ତାଙ୍କ ଉପରେ ବିଶ୍ବାସ କରି ମହିଳା ତାଙ୍କର ସମସ୍ତ ଡ଼ାଟା ଦେଇଦେଇଥିଲେ। ଯାହା ପାରେ ତୁରନ୍ତ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା କଟି ଯାଇଥିଲା।
କଣ ହେଇଥିଲା ଘଟଣା :
ବାସ୍ତବରେ କଷ୍ଟମର କେୟାର ପ୍ରତିନିଧି ଭାବେ କଥା ହୋଇଥିବା ବ୍ୟକ୍ତି ବାସ୍ତବରେ କଷ୍ଟମର କେୟାରର ନଥିଲା। ବରଂ ସେମାନେ ଗୁଗୁଲ ଇଞ୍ଜିନ ଜରିଆରେ ଲୋକଙ୍କ ଟଙ୍କା ଚୋରି କରୁଥିବା ସାଇବର ଚୋର ଥିଲେ। ସେମାନେ ଗୁଗୁଲ ଇଞ୍ଜିନରେ କମ୍ପାନି ନମ୍ବରକୁ ଏଡ଼ିଟ କରି ତାଙ୍କର ନମ୍ବର ପକାଇଥିଲେ। ଯାହାଫଳରେ ସେ ସାଧାରଣ ଲୋକଙ୍କ ନିକଟରୁ ସହଜରେ ଟଙ୍କା ଲୁଟ କରିପାରିବେ। ତେବେ ଚୋର ଏବଂ ସାଇବର କ୍ରାଇମ କରୁଥିବା ବ୍ୟାକ୍ତିଙ୍କ ପାଇଁ ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ନିଜର ଟାଗ୍ରେଟ କରିଛନ୍ତି। ତେବେ ମାମଲାଟି ଏବେ ସାଇବର ସେଲ ପାଖରେ ଥିବା ସହ ଘଟଣାଟିର ତଦନ୍ତ ଚାଲିଛି।