ୟୁକ୍ରେନବାସୀଙ୍କ ସୁରକ୍ଷା ପାଇଁ ଗୁଗଲର ପଦକ୍ଷେପ, ୟୁକ୍ରେନରେ ଗୁଗଲ ମ୍ୟାପକୁ ଅକାମୀ କଲା ଗୁଗଲ
ଋଷ ୟୁକ୍ରେନ ଯୁଦ୍ଧ ଏବେ ପଞ୍ଚମ ଦିନରେ । ଏହାରି ଭିତରେ ଅନେକ ଦେଶ ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଲେଣି । ଅନେକ ଦେଶ ଏଭଳି ବି ରହିଛନ୍ତି ଯେଉଁମାନେ ସାହାଯ୍ୟର ହାତ ବି ବଢାଇବାକୁ ଚାହାନ୍ତି । କହିରଖୁଛୁ ଗୁଗଲ ମଧ୍ୟ ଏକ ପଦକ୍ଷେପ ନେଇଛି । ଆସନ୍ତୁ ଜାଣିବା କି କଣ କରିବ ଗୁଗୁଲ ।
ଏମିତି ପରିସ୍ଥିତି ରହିଛି ଯାହା ପୂରା ବିଶ୍ୱକୁ ହଲାଇ ରଖିଦେଇଛି । ଗତ ପାଞ୍ଚଦିନ ଧରି ଏହି ଯୁଦ୍ଧ ଜାରି ରହିଛି । ମିସାଇଲ ବମ୍ବରେ ଚାଲିଛି ଅପରେସନ । ଯୁଦ୍ଧର ବିଭୀଷିକା ଏତେ ଭୟଙ୍କର ଯେ ସାଧାରଣ ନାଗରିକଙ୍କ ସ୍ଥିତି ଏବେ ବେଶ ଚିନ୍ତାଜନକ । ଏହା ଭିତରେ ଅନେକ ଦେଶ ଗୁଡିକ ୟୁକ୍ରେନକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଏସବୁ ଭିତରେ ଗୁଗଲ ନେଇଛି ଏକ ବଡ ପଦକ୍ଷେପ ।
ଫେବୃଆରୀ ୨୭ରେ ଗୁଗୁଲ ନିଶ୍ଚିନ୍ତ କରିଛି ଯେ ୟୁକ୍ରେନରେ ଏହାର ନାଭିଗେସନ ଆପ ଗୁଗୁଲ ମ୍ୟାପର କିଛି କାର୍ଯ୍ୟକୁ ଅସ୍ଥାୟୀ ଭାବରେ ଅକ୍ଷମ କରିଛି । ଗୁଗଲ ମ୍ୟାପର କାର୍ଯ୍ୟ ଗୁଡିକ ଯାହା ୟୁକ୍ରେନରେ ରିଅଲ ଟାଇମ ଟ୍ରାଫିକ ସୂଚନା ଦେଇଥାଏ । ଏବଂ ଏହା ମଧ୍ୟ ବିଭିନ୍ନ ସ୍ଥାନରେ ସୂଚନା ଦେଇଥାଏ ଯେମିତିକି ସେହି ସ୍ଥାନର ଲୋକେସନ, ରେଷ୍ଟୁରାଣ୍ଟ ଓ ଷ୍ଟୋର ଆଦି କେତେ ଭିଡ ରହିଛି ।
ରିପୋର୍ଟ ଅନୁଯାୟୀ ଗୁଗୁଲ ଏହି ପଦକ୍ଷେପ ପଛର କାରଣ ଦର୍ଶାଇଛି । ଖବର ଅନୁଯାୟୀ ୟୁକ୍ରେନବାସୀଙ୍କ ସୁରକ୍ଷା ପାଇଁ ଗୁଗୁଲ ଏହି ଷ୍ଟେପ ନେଇଛି । ଗୁଗଲର କହିବା କଥା କି ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ସହ କଥାବାର୍ତ୍ତା ହେବା ପରେ କମ୍ପାନୀ ଏହି ପଦକ୍ଷେପ ନେଇଛି । ଯାହାପଳରେ ସେଠାରେ ଥିବା ଲୋକମାନେ ନିରାପଦରେ ରହିପାରିବେ । ଏବଂ ସେମାନହ୍କୁ ନିରନ୍ତର ଟ୍ରାକ କରାଯାଇପାରିବ ନାହିଁ । ଗୁଗ, ଲ ଏବଂ ଅନ୍ୟାନ୍ୟ ବୈଷୟୀକ କମ୍ପାନୀଗୁଡିକ କହିଛନ୍ତି ଯେ ୟୁକ୍ରେନ ବାସୀଙ୍କ ସୁରକ୍ଷା ପାଇଁ ସେମାନେ ସବୁଖିଛି କରିବେ ।
ଗତ ଚାରିଦିନ ଧରି ୟୁକ୍ରେନରେ ଋଷର ସ୍ୱତନ୍ତ୍ର ଅପରେସନ ଚାଲିଛି । ଯେଉଁଥିରେ ୟୁକ୍ରେନ ଉପରେ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ଓ ବୋମା ଫିଙ୍ଗା ଯାଉଛି । ଏହି କାରଣରୁ ପାଖାପାଖି ୪ଲକ୍ଷ ଲୋକ ବିଶେଷକରି ଶିସୁ ମହିଳା ପଡୋଶୀ ଦେଶକୁ ପଳାୟନ କରିଛନ୍ତି । ଆହୁରି ମଧ୍ୟ ଅନେକ ଲୋକ ସେଠାରେ ଫଶି ରହିଛନ୍ତି ।