ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣ ଘଟଣା, ଅଭିଯୁକ୍ତ ଠାରୁ ଦୁବାଇ ପାସପୋର୍ଟ ଜବତ କଲା ATS

ଉତ୍ତରପ୍ରଦେଶ ଗୋରଖପୁର ମନ୍ଦିର ଆକ୍ରମଣରେ ଗିରଫ ହୋଇଥିବା ଅହମଦ ମୁର୍ତଜା ଅବ୍ଦାସୀଙ୍କୁ ନେଇ ନୂଆ ନୂଆ ଖୁଲାସା ହେଉଛି। ଏବେ ଅହମଦ ମୁର୍ତଜା ଠାରୁ ପାସପୋର୍ଟ ଜବତ କରାଯାଇଛି। ଯେଉଁଥିରେ ସେ ଗତ ୬ ମାସ ତଳେ ଦୁବାଇ ଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ମୁର୍ଜତାଙ୍କ ପାସପୋର୍ଟ ମୁମ୍ବାଇ ଠିକଣାରେ ମଧ୍ୟ କରାଯାଇଛି। ଅର୍ଥାତ୍‌ ପାସପୋର୍ଟରେ ମୁମ୍ବାଇର ଏକ ଫ୍ଲାଟର ଠିକଣା ଲେଖାଯାଇଛି।

ଖବର ମୁତାବକ, ମୁତର୍ଜା ମୁମ୍ବାଇରେ ପାଠପଢା ସାରିବା ପରେ କିଛିଦିନ ପାଇଁ ଜାମନଗର ଏକ କମ୍ପାନୀରେ କାମ କରୁଥିଲା। ତେଣୁ ପୋଲିସ ଟିମ୍‌ ପକ୍ଷରୁ କୁଶୀନଗର, ସିଦ୍ଧାର୍ଥନଗର ଏବଂ ମହରାଜଗଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି। ଯେଉଁସବୁ ସ୍ଥାନରେ ମୁର୍ତଜା ରହିଥିଲା, ସେହି ସ୍ଥାନର ତଲାସୀ ନେଉଛି ପୋଲିସ।

ମୁର୍ତଜାକୁ ବୁଧବାର ପଚରାଉଚରା ପାଇଁ ଏଟିଏସ୍‌ର ଲକ୍ଷ୍ମୌ ମୁଖ୍ୟାଳୟକୁ ନିଆଯାଇଥିଲା। ମୁର୍ତଜାର ଗତିବିଧି ଏବଂ ଆକ୍ରମଣ ପୂର୍ବରୁ ଯେଉଁ ଲୋକଙ୍କୁ ସବୁ ସାକ୍ଷାତ କରିଥିଲା, ତାହାକୁ ନେଇ ପୋଲିସ ପଚରାଉଚରା କରୁଛି। ଏହି ଘଟଣାରେ ଜଡିତ ସବୁକିଛି ତଥ୍ୟକୁ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି।

ସୂଚନାଯୋଗ୍ୟ, ରବିବାର ରାତିରେ ୩୦ ବର୍ଷୀୟ ଆଇଆଇଟି ସ୍ନାତକ ଅହମଦ ମୁର୍ଜତା ଅବ୍ଦାସୀ ଗୋରଖନାଥ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଦାରୁଆ ଅସ୍ତ୍ର ବାହାର କରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଥିଲା। ଏହି ଘଟଣାରେ ୨ ଜଣ କନେଷ୍ଟବଳ ଆହତ ହୋଇଛନ୍ତି। ଏହି ଘଟଣାରେ ମୁର୍ତଜା ଏବଂ ଅସ୍ତ୍ରକୁ ଜବତ କରିଥିଲା ପୋଲିସ। ଗୋରଖନାଥ ମନ୍ଦିର ପରିସରରେ ମନ୍ଦିରର ମୁଖିଆ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆବାସ ମଧ୍ୟ ରହିଛି।

Leave A Reply

Your email address will not be published.