ଦେଶ ବିଦେଶ

ସରୋଗେସି ନିୟମ, ୨୦୨୨ରେ ସଂଶୋଧନ : ଏବେ ସ୍ୱାମୀ ନ ଥିବା ମହିଳା ମଧ୍ୟ ମା’ ହେବାର ଅଧିକାର ପାଇ ପାରିବେ

ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଗୌରବମୟ ଅନୁଭୂତି । ମା’ର ମମତା ଠାରୁ ବଳି ଏ ଦୁନିଆରେ ଆଉ କିଛି ନାହିଁ । ଗୋଟେ ମା’ ପାଇଁ ତା ଛୁଆ କ’ଣ ସେହିଁ କେବଳ ଜାଣିଛି । ଏ ଦୁନିଆରେ ପ୍ରତ୍ୟେକ ନିଜ ଜୀବନ ଠାରୁ ଅଧିକ ନିଜ ସନ୍ତାନକୁ ଅଧିକ ଭଲ ପାଆନ୍ତି । ଏମିତିରେ ଗୋଟେ ମହିଳା ପାଇଁ ମା’ ହେବା ସବୁଠୁ ନିଆରା । କିନ୍ତୁ କୌଣସି ନା କୌଣସି କାରଣ ପାଇଁ ଯଦି କେହି ମହିଳା ଏହି ସୁଖରୁ ବଞ୍ଚିତ ରୁଏ, ବହୁ ଚେଷ୍ଟା ପରେ ବି ବଫଳ ହୁଏ ସେ କଷ୍ଟ ଯେ ତାକୁ ଭିତରୁ କେତେ ଭାଙ୍ଗିଦିଏ, ସେ କଥା କେବଳ ସେ ମହିଳା ହିଁ ଅନୁଭବ କରିଥାଏ । ବିଭିନ୍ନ ଲୋକ ତ ବିଭିନ୍ନ କଥା କହିଥାନ୍ତି, ହେଲେ ସେ ମହିଳାର ମନ କଥା ବୁଝିବାକୁ କେହିବି ଟିକେ ଚେଷ୍ଟା କହିନଥାନ୍ତି । କିନ୍ତୁ ଆଜିକାଲି ଏମିତି ଅନେକ ପଦ୍ଧତି ବାହାରିଲାଣି, ଉନ୍ନତ ଧରଣର ଚିକିତ୍ସା ପ୍ରଦ୍ଧତିରେ ନିଃସନ୍ତାନ ମହିଳା ସନ୍ତାନ ପାଇପାରୁଛନ୍ତି । ଏସବୁ ଭିତରେ ସରୋଗେସି ପଦ୍ଧତି ଅନ୍ୟତମ ।

ତେବେ ସରୋଗେସିକୁ ନେଇ ବର୍ତ୍ତମାନ ଏକ ଖବର ଆସି ପହଁଚିଛି । କେନ୍ଦ୍ର ସରକାର ସରୋଗେସି ନିୟମ, ୨୦୨୨ରେ ସଂଶୋଧନ ଆଣିଛନ୍ତି । ଏନେଇ ଆସିଛି ବିଜ୍ଞପ୍ତି । ରିପୋର୍ଟ ଅନୁସାରେ ସରୋଗେସି ନିୟମର ସଂଶୋଧନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କରାଯାଇଛି । ଉପର କୋର୍ଟରେ ପିଟିସନ ଦାଖଲ କରାଯାଇ ଏହାର ଧାରା-୨କୁ ଚ୍ୟାଲେଞ୍ଜ କରାଯାଇଥିଲା । ଏହାର ପରିବର୍ତ୍ତନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକୁଟିଆ ମହିଳା ଅବା ବିଧବା ମହିଳା ମା’ ହେବାର ସୁଯୋଗ ଲାଭ କରିପାରିବେ। ସରକାର ଏନେଇ ନିୟମ ପ୍ରଣୟନ କରିଛନ୍ତି ।

ତେବେ ସୂଚନା ଥାଉକି ଏହାର ସୁବିଧା କେବଳ ଦମ୍ପତିଙ୍କୁ ମିଳୁଥିଲା । ମାତ୍ର ଏବେ ଏହା ଏକୁଟିଆ ମହିଳା ବା ବିଧବା ମହିଳା ମା’ ହେବାର ସୁଯୋଗ ଲାଭ କରିପାରିବେ। ଏନେଇ ଭାରତ ସରକାର ସରୋଗେସି ଅଧିନିୟମ ୨୦୨୨ରେ ବଡ଼ ସଂଶୋଧନ କରିଛନ୍ତି । ଯାହାଫଳରେ ଏବେ ସ୍ୱାମୀ ନ ଥିବା ମହିଳା ମଧ୍ୟ ମା’ ହେବାର ସୁଯୋଗ ପାଇ ପାରିବେ ।

ସଂଶୋଧିତ ନିୟମ ଅନ୍ତର୍ଗତ ଦମ୍ପତିଙ୍କ ମଧ୍ୟରୁ କାହାର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ କିଛି ଅସୁବିଧା ହେବ ନାହିଁ । ଡୋନର ଗ୍ୟାମେଟର ବ୍ୟବହାର କରି ସେମାନଙ୍କର ସନ୍ତାନ ହୋଇ ପାରିବ। ଦମ୍ପତିଙ୍କ ମଧ୍ୟରୁ କେବଳ ଜଣେ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଥିଲେ ‌ସେମାନଙ୍କର ସନ୍ତାନ ସ୍ୱପ୍ନ ପୂରଣ ହୋଇ ପାରିବ। ଯଦି ସ୍ତ୍ରୀ ସୁସ୍ଥ ଥିବେ ତେବେ ତାଙ୍କର ଡିମ୍ବାଣୁର ବ୍ୟବହାର କରାଯାଇ ପାରିବ। ଅନ୍ୟପକ୍ଷରେ ସ୍ୱାମୀ ସୁସ୍ଥ ଥିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ମାତ୍ର ଏ କ୍ଷେତ୍ରରେ ସ୍ଥାନୀୟ ଜିଲ୍ଲା ମେଡିକାଲ ବୋର୍ଡର ଅନୁମତି ଅପରିହାର୍ଯ୍ୟ ହେବ।

ସୂଚନା ଥାଉକି, ଗତବର୍ଷ ୨୦୨୩ ସଂଶୋଧନକୁ ଏମଆରକେଏଚ୍ ସିଣ୍ଡ୍ରୋମରେ ପୀଡ଼ିତ ଜଣେ ମହିଳା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ସିଣ୍ଡ୍ରୋମ ଏପରି ଏକ ଅବସ୍ଥା ଯାହା ତାଙ୍କୁ ଅଣ୍ଡା ଉତ୍ପାଦନ କରିବାରୁ ରୋକିଥିଲା । ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗର୍ଭଧାରଣ ସରୋଗେସି ପାଇଁ ଇଚ୍ଛୁକ ଦମ୍ପତିଙ୍କ ଅଣ୍ଡା ଏବଂ ଶୁକ୍ରାଣୁ ଉପରେ ଜୋର ଦେବା ପ୍ରାଥମିକ ଦୃଷ୍ଟିରୁ ସରୋଗେସି ନିୟମର ନିୟମ ୧୪(ଏ) ବିରୁଦ୍ଧରେ ।

ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ସଂଶୋଧନ ଆବେଦନ ଉପରେ ରୋକ ଲଗାଇ ଆବେଦନକାରୀ ମହିଳାଙ୍କୁ ସରୋଗେସି ପାଇଁ ଦାତା ଅଣ୍ଡା ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ଏବଂ ଏହି ପ୍ରସଙ୍ଗକୁ ବିଚାର ପାଇଁ ରଖିଥିଲେ । ଦମ୍ପତିଙ୍କ ପିତାମାତା ହେବାର ଏକମାତ୍ର ଉପାୟ ହେଉଛି ଦାତା ଡିମ୍ୱାଣୁ ବ୍ୟବହାର କରିବା, ଏହା ବ୍ୟତୀତ ଏହି ଦମ୍ପତି ସଂଶୋଧନର ବହୁ ପୂର୍ବରୁ ସରୋଗେସି ମାଧ୍ୟମରେ ପିତାମାତା ହେବା ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଉଲ୍ଲେଖ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଏହି ସରୋଗେସି ନିୟମ, ୨୦୨୨ରେ ସଂଶୋଧନ ଆଣିଥିବାବେଳେ ଲିଭ ଇନରେ ରହୁଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

Sonalisa

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

15 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago