ମଣିପୁର ହିଂସା : ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଏବଂ ଚାକିରି

ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ପରିବାରର ଜଣକୁ ସରକାରୀ ଚାକିରି ଏବଂ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ। ଘୋଷଣା ହୋଇଥିବା ସହାୟତା ରାଶି କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ବହନ କରିବେ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ହିଂସା ଉପଜିଥିବା ସ୍ଥାନକୁ ଟେଲିଫୋନ୍ ଲାଇନ୍ ବି ଯୋଗାଇ ଦିଆଯିବାର ନିଷ୍ପତ୍ତି ନିଆଯାଇଛି। ହିଂସା ପ୍ରଭାବିତ ଅଞ୍ଚଳରେ ପେଟ୍ରୋଲ୍, ଡିଜେଲ୍, ଗ୍ୟାସ୍, ଚାଉଳ ଓ ଖାଦ୍ୟ ପରି ଅତ୍ୟାବଶ୍ୟକୀୟ ସମଗ୍ରୀ ମହଜୁଦ ରଖିବା ପାଇଁ ଆଲୋଚନା କରାଯାଇଛି।

ସୂଚନାଯୋଗ୍ୟ, ମଣିପୁର ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ରାଜ୍ୟରେ ହିଂସା ନିୟନ୍ତ୍ରଣ ବାହାରେ ହେବାରୁ ଶାହା ଚାରି ଦିନିଆ ଗସ୍ତ ପାଇଁ ସୋମବାର ମଣିପୁରରେ ପହଞ୍ଚିଛନ୍ତି। ମଣିପୁରରେ ପାଖାପାଖି ୫୩ ପ୍ରତିଶତ ମେତେଇ ସମୁଦାୟର ଲୋକ ରହିଛନ୍ତି । ଅଧିକାଂଶ ଲୋକ ଇମ୍ଫାଲ ଘାଟିରେ ରହୁଛନ୍ତି ।

ମୋରେହ ସହର ମଣିପୁରର ପୂର୍ବ କୋଣରେ ଅବସ୍ଥିତ। ମୈତେଇ, ତାମିଲ, ପଞ୍ଜାବୀ, ମୁସଲିମ, ବେଙ୍ଗ୍ ଏବଂ କୁକିକୁ ମିଶାଇ ପାଖାପାଖି ୩୦,୦୦୦ ଲୋକ ଏଠାରେ ବାସ କରନ୍ତି। ସହରରେ ବାକିମାନଙ୍କ ତୁଳନାରେ କୁକିଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଛି। ମଣିପୁରରେ ବର୍ତ୍ତମାନ ଅନେକ ଅଞ୍ଚଳରେ କର୍ଫ୍ୟୁ ଲାଗି ରହିଥିଲା ।

ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଥିଲା। ହିଂସାରେ ଜଣେ ପୋଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଥିଲେ।

Leave A Reply

Your email address will not be published.