ଇଡିର ନୂଆ ନିର୍ଦ୍ଦେଶକ ରାହୁଲ ନବୀନ, କେନ୍ଦ୍ର ସରକାର କଲେ ଘୋଷଣା

ବର୍ତ୍ତମାନ ଇଡିକୁ ନିଜର ସ୍ଥାୟୀ ନିର୍ଦ୍ଦେଶକ ମିଳିଛି । କେନ୍ଦ୍ର ସରକାର ଆଇଆରଏସ ରାହୁଲ ନବୀନଙ୍କୁ ଇଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି । ତେବେ ପୂର୍ବରୁ ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କରିଥିଲେ । ତାହେଲେ ଆସନ୍ତୁ ଜାଣିବା ଯେ ନୂଆ ଇଡି ନିର୍ଦ୍ଦେଶକ ରାହୁଲ ନବୀନଙ୍କ ବିଷୟରେ କିଛି ବିଶେଷ କଥା ।

କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଆଇଆରଏସ ରାହୁଲ ନବୀନଙ୍କୁ ଇଡି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏହି ସୂଚନାରେ କୁହାଯାଇଛି ଯେ ରାହୁଲ ନବୀନଙ୍କୁ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଦୁଇ ବର୍ଷ ପାଇଁ ଇଡି ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି ।

ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବାର ୧୯୯୩ ବ୍ୟାଚ୍‌ର ଅଧିକାରୀ । ପୂର୍ବ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ରାହୁଲ ନବୀନ ଗତ ବର୍ଷ ସେପ୍ଟେମ୍ବର ୧୫ ରେ ଅନୁସନ୍ଧାନକାରୀ ସଂସ୍ଥାର ବିଶେଷ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଅର୍ଥମନ୍ତ୍ରୀଙ୍କ ଅଣ୍ଡରରେ ସଚିବ ମଧ୍ୟ ରହିଛନ୍ତି । ଗତ ବର୍ଷ ୨୦୨୩ ରେ ତାଙ୍କୁ ଇଡିର କାର୍ଯ୍ୟନିର୍ବାହୀ ମୁଖ୍ୟ କରାଯାଇଥିଲା ।

ସୂଚନାନୁସାରେ, ଯେତେବେଳେ ରାହୁଲ ନବୀନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ଇନ-ଚାର୍ଜ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଥିଲେ । ରିପୋର୍ଟ ଅନୁଯାୟୀ, ତତ୍କାଳୀନ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ ସହ ରାହୁଲ ନବୀନ ଇଡିଙ୍କ କାର୍ଯ୍ୟର ଯତ୍ନ ନେଉଥିଲେ ।

 

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।