ଦେଶ ବିଦେଶ

ଇଲେକ୍ଟ୍ରିକ ଗାଡି ନୂଆ ଲଞ୍ଚ ଉପରେ ରୋକ୍‌ ଲଗାଇଲେ ସରକାର, ପ୍ରଥମେ କମ୍ପାନୀରେ ହେବ ଯାଞ୍ଚ, ତା’ ପରେ ହେବ ଲଞ୍ଚ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକେ ଇଲେକ୍ଟ୍ରିକ ଗାଡି ଉପରେ ନିର୍ଭର କରୁଛନ୍ତି। ଆଉ ଏହିସବୁ ଇଲେକ୍ଟି୍ରକ ଗାଡିରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସିଛି। ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ୩ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ଖବର ମିଳିଛି। ଆଉ ଏହି ଘଟଣାକୁ ନେଇ ସରକାର ମଧ୍ୟ ଚିନ୍ତାରେ ରହିଛନ୍ତି। ଖାସ୍‌ ଏଥିପାଇଁ କେନ୍ଦ୍ର ସରକାର ଇଲେକ୍ଟ୍ରିକ ଗାଡି ନିର୍ମାଣ କରୁଥିବା କମ୍ପାନୀ ନୂଆ ମଡେଲ ଲଞ୍ଚ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଏହିସବୁ ଘଟଣାକୁ ଦେଖି ନିକଟରେ ସଡ଼କ ପରିବହନ ଏବଂ ରାଷ୍ଟ୍ରମାର୍ଗ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରିକ ଗାଡି ନିର୍ମାଣ କରୁଥିବା କମ୍ପାନୀ ମଧ୍ୟରେ ଏକ ବୈଠକ ବସିଥିଲା। ଖବର ମୁତାବକ, ଏହି ବୈଠକରେ ଇଲେକ୍ଟ୍ରିକ ଗାଡି ନିର୍ମାଣ କମ୍ପାନୀଙ୍କୁ ନୂଆ ମଡେଲ ଲଞ୍ଚ କରିବା ଉପରେ ରୋକ୍‌ ଲଗାଯାଇଛି। ଏପର୍ଯ୍ୟନ୍ତ ଦେଶରେ ୧୦ରୁ ଉର୍ଦ୍ଧ୍ୱ ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି।

ଏହାକୁ ନେଇ ନୀତିନ ଗଡକାରୀ ଟ୍ଵିଟ୍‌ କରି ଗାଡି ନିର୍ମାତା କମ୍ପାନୀକୁ ସବୁ ଡିଫେକ୍ଟିଭ ଗାଡିକୁ ଫେରାଇ ନେବା ସହିତ ଏହାର ଯାଞ୍ଚ କରିବା ପାଇଁ କହିଛନ୍ତି। ଏହାସହିତ ଘଟଣା ଗୁଡିକର ଯାଞ୍ଚ ପାଇଁ ଏକ ଏକ୍ସପର୍ଟ କମିଟି ମଧ୍ୟ ଗଠନ କରିଛନ୍ତି। କମିଟିରେ ଏହିସବୁ ଘଟଣା ଉପରେ ରୋକ୍‌ ଲଗାଇବାର ଉପାୟ ବାହାର କରିବା ପାଇଁ ମଧ୍ୟ କହିଛନ୍ତି। କମିଟିର ଯାଞ୍ଚ ରିପୋର୍ଟ ଆଧାରରେ ସରକାର ଡିଫ୍ଲଟ୍‌ ଥିବା ଗାଡିଗୁଡିକୁ କମ୍ପାନୀ ପାଇଁ ଆଦେଶ ଜାରି କରାଯାଇଛି। ବହୁତ ଜଲଦି ଇଲେକ୍ଟଅିକ ଗାଡିର କ୍ୱାଲିଟ ଉପରେ କେନ୍ଦ୍ର ନିୟମାବାଳୀ ଜାରି କରାଯିବ ଏବଂ କ୍ୱାଲିଟିରେ କୌଣସି ଗାଡି କମ୍ପାନୀ ଦାୟିତ୍ୱହୀନତା ଦେଖାଇଲେ ଜରିମାନା ମଧ୍ୟ ଦେବାକୁ ହେବ। ଏହିସବୁ ନିଆଁ ଲାଗିବା ଘଟଣା ପରେ ଇଲେକ୍ଟ୍ରିକ ଗାଡି ତିଆରି କରୁଥିବା ପ୍ରମୁଖ କମ୍ପାନୀ ସବୁ ନିଜର ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇ ନେଇଛନ୍ତି।

ମହାରାଷ୍ଟ୍ରର ନାସିକରେ ବଡ ମାମଲା ସାମ୍ନାକୁ ଆସିଥିଲା । ସେଠାରେ ଫ୍ୟାକ୍ଟ୍ରିରୁ ବାହାର କରି ପଠାଯାଉଥିବା ବେଳେ ଏକାଥରକେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗିଥିଲା । ଦେଶର ଏହା ପ୍ରଥମ ମାମଲା, ଯେଉଁଠି ଏକାଥରେ ୨୦ଟି ଇଲେକ୍ଟ୍ରିକ ସ୍କୁଟରରେ ନିଆ ଲାଗିଯାଇଥିଲା। ୨୦୨୧-୨୨ରେ ପାଖାପାଖି ୨.୩୧ ଲକ୍ଷ ଇଲେକ୍ଟ୍ରିକ ସ୍କୁଟର ବିକ୍ରି ହୋଇଛି। କିନ୍ତୁ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିବା ଏହା ୫ମ ଘଟଣା।

ତାମିଲନାଡୁର ମାନ୍ନାପରାଇରୁ ଜଣେ ବ୍ୟକ୍ତି ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ରେ ଜଣେ ବନ୍ଧୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ । ପରଦିନ ଯେତେବେଳେ ତାଙ୍କ ବନ୍ଧୁ ବାଲୁ ନିଜ ଦୋକାନ ଖୋଲିଲେ, ସେବେ ଇଲେକ୍ଟ୍ରିକ୍ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

16 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

43 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

60 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago