ଦୀପାବଳିରେ ବାଣ ଫୁଟାଇପାରିବେନି ରାଜଧାନୀ ବାସୀ, ସରକାର ଲଗାଇଲେ କଟକଣା

ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀ ଆପ୍ ସରକାର ନୋଟିଫିକେସନ ଜରିଆରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି । ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ । ଦିଲ୍ଲୀ ଏନସିଆରରେ ବାଣ ପ୍ରସ୍ତୁତି, ବିକ୍ରି ନ ହେଲେ କାଳେ ଲୋକେ ଅନଲାଇନରେ ବାଣ ମଗେଇବେ, ସେଥିପାଇଁ ଅନଲାଇନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର ।
ଦିଲ୍ଲୀ ସରକାର ଶୀତରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦିଲ୍ଲୀବାସୀ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲଗାଇଛନ୍ତି ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ । ଯଦି କେହି ଅବମାନନା କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
सर्दियों में बढ़ते प्रदूषण को देखते हुए आज से 1 जनवरी तक पटाखों के उत्पादन ,भंडारण ,बिक्री व उपयोग पर प्रतिबंध लागू।
प्रतिबंध को लेकर दिल्ली सरकार ने जारी किया निर्देश।
सभी दिल्ली वालों से सहयोग का अनुरोध। pic.twitter.com/ZrJuMaB1oW— Gopal Rai (@AapKaGopalRai) October 14, 2024
ଏଥିଲାଗି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ବାଣ ଯୋଗାଣକୁ ରୋକିବା ପାଇଁ ପୋଲିସ ଦୁଇଟି ଗୋଦାମ ଉପରେ ଚଢାଉ କରି ୧,୩୨୩ କେଜି ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି । ଏହି ଦିଗରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଦିଲ୍ଲୀର ପରିବେଶ ମନ୍ତ୍ରୀ କହିଛନ୍ତି କି, ଯଦି କେହି ପ୍ରଦୂଷଣ କରିବ, ତେବେ ଆପଣ ଅଭିଯୋଗ କରିପାରିବେ । ଦିଲ୍ଲୀର ଗ୍ରୀପ ଆପରେ ଅଭିଯୋଗ କରି ଫଟୋ ଅପଲୋଡ କରନ୍ତୁ । ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବାକୁ ବାରଣ କରାଯାଇଥିଲା । କିନ୍ତୁ ଲୋକମାନେ କିଛି ମାନିନଥିଲେ । ଫଳରେ ପ୍ରଦୂଷଣ ମାତ୍ରା ବଢିଯାଇଥିଲା । ଏଥିଯୋଗୁଁ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଆ ଉ ଯିଏ ଫୁଟାଇବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।