କୋଭାକ୍ସିନ ନେଇଥାନ୍ତୁ କି କୋଭିସିଲଡ, ବୁଷ୍ଟର ଡୋଜ ଭାବରେ ନେଇପାରିବେ “କୋର୍ବେବ୍ୟାକ୍ସ”, ମିଳିଲା ସରକାରୀ ମଞ୍ଜୁରୀ

କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ “କୋର୍ବେବ୍ୟାକ୍ସ ଭ୍ୟାକସିନ”କୁ ବୁଷ୍ଟର ଡୋଜ ଭାବରେ ଜରୁରୀ କାଳୀନ ବ୍ୟବହାର ନେଇ ଅନୁମତି ପ୍ରଦାନ କରିଛନ୍ତି । କହିରଖିବା ଉଚିତ ହେବକି ଗତ ମାସରେ ଟୀକାକରଣ ଉପରେ ରାଷ୍ଟ୍ରୀୟ ଟେକନିକାଲ ପରାମର୍ଶଦାତା ୧୮ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ବାୟୋଲୋଜିକାଲ ଇ ଦ୍ୱାରା ତିଆରି “କୋର୍ବେଭ୍ୟକ୍ସ ଭ୍ୟାକସିନ”କୁ ପ୍ରାଇମେରୀ ଭ୍ୟାକସିନର ବୁଷ୍ଟର ଡୋଜ ଭାବରେ ନେବା ନେଇ ସୁପାରିଶ କରିଥିଲେ । ଚଳିତ ବର୍ଷ ଜୁନ ୪ ତାରିଖରେ ହାଇଦରାବାଦ ସ୍ଥିତ ଫାର୍ମା ଓ ଭ୍ୟାକସିନ କମ୍ପାନୀ ବାୟୋଲୋଜିକାଲ-ଇ ଲିମିଟେଡ଼ ଘୋଷଣା କରିଥିଲାକି ସେହି କମ୍ପାନୀ ପ୍ରସ୍ତୁତ “କୋରବେଭାକ୍ସ” କୋଭିଡ ୧୯  ଭ୍ୟାକସିନକୁ ଭାରତର ଡ୍ରଗ କଣ୍ଟ୍ରୋଲର ଜେନେରାଲ (DCGI) ବୁଷ୍ଟର ଡୋଜର ମାନ୍ୟତା ଦେଇଛି । ଏଣିକି ଏହାକୁ ପ୍ରତିଟି ବ୍ୟକ୍ତି ବୁଷ୍ଟର ଡୋଜ ଭାବେ ନେଇପାରିବେ । ଯେଉଁମାନେ କୋଭାକସିନ କିମ୍ବା କୋଭିସିଲ୍ଦ ନେବାର ୬
ମାସରୁ ଅଧିକ ସମୟ ବିତିଯାଇଥିବା ସେମାନେ ଏହାକୁ ନେଇପାରିବେ । ଅର୍ଥାତ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟକ ବ୍ୟକ୍ତି “କୋର୍ବେବ୍ୟାକ୍ସ”କୁ ବୁଷ୍ଟର ଭାବେ ନେଇପାରିବେ ।

ଏହା ସହିତ କୋର୍ବେବ୍ୟାକ୍ସ କୋଭିଡ ୧୯ ବିରୋଧରେ ଏକ ବୁଷ୍ଟର ଡୋଜର ମାନ୍ୟତା ପାଇଛି । ନିକଟରେ ବାୟୋଲୋଜିକାଲ-ଇ ନିଜ କ୍ଲିନିକାଲ ଟ୍ରାଏଲର ଡାଟା ଡିସିଜିଆଇ ନିକଟରେ ଦାଖଲ କରିଥିଲା । ଏହି ଡାଟାର ଭଲଭାବରେ ଯାଞ୍ଚ କରାଯିବା ସହିତ ବିଶେଷଜ୍ଞ ମାନଙ୍କ ସହିତ ବିଚାର ବିମର୍ଷ କରାଯିବା ପରେ କୋର୍ବେବ୍ୟାକ୍ସକୁ ବୁଷ୍ଟର ଭାବେ ବ୍ୟବହାର କରାଯିବା ନେଇ ଅନୁମତି ମିଳିଛି । କୁହାଯାଉଛିକି ବିଇର କ୍ଲିନିକାଲ ଟ୍ରାଏଲ ଡାଟା ଅନୁସାରେ କୋର୍ବେବ୍ୟାକ୍ସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଜବରଦସ୍ତ ଭାବେ ବଢ଼ାଇ ଦେଇଥାଏ । ଶରୀରକୁ ଠିକ ଏକ କବାଟ ଭଳି ସୁରକ୍ଷା ଦେଇଥାଏ । କୁହାଯାଉଛିକି ବିଇର କ୍ଲିନିକାଲ ଟ୍ରାଏଲ ଡାଟା ଅନୁସାରେ କୋର୍ବାଭ୍ୟାକ୍ସ ବୁଷ୍ଟର ଇମ୍ୟୁନିଟି ରେସପନ୍ସ କୁ ବଢ଼ାଇ ଦେଇଥାଏ । ବିଇର ମେନେଜିଙ୍ଗ ଡ଼ାଇରେକ୍ଟର ମହିମା ଡ଼ାଟଲାଙ୍କ କହିବା ଅନୁଯାୟୀ ଏହି ମଞ୍ଜୁରୀ ମିଳିବା ପରେ ଆମେ ଖୁବ ଖୁସି ଅଛୁ । ଏହାଦ୍ୱାରା ଭାରତରେ କୋଭିଡ-୧୯  ବୁଷ୍ଟର ଡୋଜ ଡିମାଣ୍ଡ ପୂରଣ କରିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.