ବଢିଲା ସାଂସଦଙ୍କ ଦରମା ଏବଂ ଭତ୍ତା, ପିଛିଲା ଭାବେ ୨୦୨୩ ଏପ୍ରିଲରୁ ଲାଗୁ ହେବ

ବଢିଲା ସାଂସଦଙ୍କ ଦରମା ଏବଂ ଭତ୍ତା । କେନ୍ଦ୍ର ସରକାର ବଢାଇଲେ ଦରମା । ଏପ୍ରିଲ ୧ରୁ ସାଂସଦମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ । ଏହି ବୃଦ୍ଧି ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାର କୁ ଧ୍ୟାନରେ ରଖି ଏହି ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ହାରଗୁଡ଼ିକ ୧ ଏପ୍ରିଲ୍, ୨୦୨୩ ରୁ ଲାଗୁ ହେବ ।

ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପାଇଛି । ୫ ବର୍ଷରୁ ଅଧିକ ସମୟ ଧରି ସାଂସଦ ପେନସନ୍ ୨୫ ହଜାର ଟଙ୍କାରୁ ବଢି ୩୧ ହଜାର ଟଙ୍କା ହୋଇଛି ।

ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା ଅଛି, ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ପେନସନ ମାସିକ ୨୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
ସାଂସଦମାନଙ୍କୁ ମାସିକ ଦରମା ବ୍ୟତୀତ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ୭୦ ହଜାର ଟଙ୍କା ଓ ଅଫିସ ଭତ୍ତା ୬୦ ହଜାର ଟଙ୍କା ମିଳିଥାଏ । ସେମାନଙ୍କ ଦରମା ଉପରେ କୌଣସି ଟିକସ ଲାଗୁ ହୁଏନାହିଁ ।

Also Read : ଅଧା ରନୱେରେ ଏମରଜେନ୍ସୀ ବ୍ରେକ ଲଗାଇ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଉପ ମୁଖ୍ୟମନ୍ତ୍ରୀ ଏବଂ ଡିଜିପି