କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି, ସରକାର ବଞ୍ଚାଇବା ପାଇଁ ବିଦ୍ରୋହୀ ବିଧାୟକଙ୍କୁ ଅଫର

କର୍ଣ୍ଣାଟକ: କର୍ଣ୍ଣାଟକରେ ଜାରି ରହିଛି ରାଜନୈତିକ ସଙ୍କଟ । ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ମନାଇବା ପାଇଁ ଚେଷ୍ଟା କରାଯାଉଛି । ଅନେକ ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ମଧ୍ୟ ଅଫର ଦେଇଛନ୍ତି । ନିଜ ନିଜ ଅଞ୍ଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ଫଣ୍ଡ ଦେବାକୁ କୁହାଯାଇଛି । ହେଲେ ଏହିସବୁ ଅଫରକୁ କଂଗ୍ରେସ ୧୦ ଓ ଜେଡିଏସ୍‌ର ୩ ଜଣ ବିଧାୟକ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ଜରୁରୀ ବୈଠକ କରିପାରନ୍ତି । ଏହି ବୈଠକରେ ସେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ମନାଇ ପାରନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଏହି ମନ୍ତ୍ରୀ ପଦ ଦେବା ପାଇଁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସରକାର ବଞ୍ଚାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି. କେ. କୁମାରସ୍ୱାମୀ ନିଜେ ମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ମୁମ୍ବାଇର ଏକ ହୋଟଲରେ ୧୦ ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଅଛନ୍ତି । ସେମାନଙ୍କୁ ଉଭୟ କଂଗ୍ରେସ ଓ ବିଜେପିର କିଛି ନେତା ଭେଟିଛନ୍ତି । କଂଗ୍ରେସ କର୍ମୀମାନେ ମଧ୍ୟ ହୋଟେଲ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି, ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.