ଦେଶ ବିଦେଶ

ପଶୁଙ୍କ ପ୍ରତି କ୍ରୁର ଆଚରଣ କଲେ ଅଧିକ ଜରିମାନା ଲଗାଇବାକୁ ଯୋଜନା କରିଛନ୍ତି ସରକାର, ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ

ପଶୁଙ୍କ ପ୍ରତି କ୍ରୁର ଆଚରଣ କରୁଥିବା ଲୋକଙ୍କ ପାଇଁ ସରକାର ଅଧିକ ଜରିମାନା ଏବଂ ଜେଲ ଦଣ୍ଡ ଭୋଗିବାର ଯୋଜନା କରିଛନ୍ତି। ଏଥି ନିମନ୍ତେ ସଂସଦର ପରବର୍ତ୍ତୀ ଅଧିବେଶନରେ ଆଇନରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଲ୍ ଅଣାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଏପରି କାର୍ଯ୍ୟ କରୁଥିବା ଅପରାଧୀମାନେ ପ୍ରାୟତଃ ଦଣ୍ଡ ନ ପାଇ ଖସି ଯାଉଛନ୍ତି। କାରଣ, ପଶୁଙ୍କ ପ୍ରତି କ୍ରୁରତା ଅଧିନିୟମ(PCA), ୧୯୬୦ ଅଧୀନରେ ପ୍ରଥମ ଥର ଅପରାଧ ପାଇଁ ଦଣ୍ଡ ମାତ୍ର ୫୦ ଟଙ୍କା ରହିଛି।

କେନ୍ଦ୍ର ପଶୁପାଳନ, ମତ୍ସ୍ୟ ପାଳନ ଏବଂ ଡାୟରୀ ମନ୍ତ୍ରୀ ପୁରୁଷୋତ୍ତମ୍ ରୁପାଲା କହିଛନ୍ତି, ‘ଆମେ ସଂଶୋଧନ ବିଲ୍ ଡ୍ରାଫ୍ଟ ସହିତ ପ୍ରସ୍ତୁତ ରହିଛୁ। ଏଥି ସହିତ କ୍ୟାବିନେଟ ଅନୁମୋଦନ ପାଇବା ପ୍ରକ୍ରିୟାରେ ଅଛୁ’। ଗୁରୁଗ୍ରାମର କାମଧେନୁ ଗୋଶାଳାରେ ବିଶ୍ୱ ପ୍ରାଣୀ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ସୋମବାର ପଶୁ କଲ୍ୟାଣ ବୋର୍ଡର ଏକ ପୋର୍ଟାଲ ଉନ୍ମୋଚନ କରିଛନ୍ତି, ଯାହାକି ପଶୁ କଲ୍ୟାଣରେ ନିୟୋଜିତ ଥିବା ଲୋକଙ୍କ ସହ ଚଳଚ୍ଚିତ୍ର ଶୁଟିଂରେ ପ୍ରାଣୀଙ୍କୁ ବ୍ୟବହାର କରୁଥିବା ଲୋକଙ୍କୁ ଅନଲାଇନ୍ ଅନୁମୋଦନ ପ୍ରଦାନ କରିବ। ଗୋରୁମାନଙ୍କୁ ସୁରକ୍ଷା ଦେବା ଏବଂ ସହର ଉପକଣ୍ଠରେ ଗୋଶାଳା ସ୍ଥାପନ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ କି, ‘ସହରରେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ପାଖରେ ଗାଈ ରଖିବା ପାଇଁ ଜାଗା ନାହିଁ। ତେଣୁ, ଏକ ଗାଈ ଆଶ୍ରୟସ୍ଥଳର ଧାରଣା ଏଥିରେ ବହୁତ ସାହାଯ୍ୟ କରିବ। ଗାଈ ପାଳିବାକୁ ଆଗ୍ରହୀ ବ୍ୟକ୍ତିମାନେ ଗୋଟିଏ ଗାଈ କିଣି ଗୋଶାଳାରେ ଏହାର ଯତ୍ନ ନେଇପାରିବେ’। ମନ୍ତ୍ରୀ କହିଛନ୍ତି ଯେ ସରକାର ସହାୟତା ଯୋଗାଇ ଏଭଳି ଗୋଶାଳାଗୁଡ଼ିକୁ ପ୍ରୋତ୍ସାହିତ କରିବେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago