ସରକାର ବିକିବେ ପରିବା, ମିଳିବ ୨୦ ପ୍ରତିଶତ ରିହାତି

ବିହାର ର ରାଜ୍ୟ ସରକାର ଶସ୍ତା ଦାମରେ ପରିବା ବିକିବା ଆରମ୍ଭ କରିଦେଲେଣି। ସରକାର ପାଟଣାରୁ ଏହାର ଆରମ୍ଭ କରିଛନ୍ତି। ସରକାରଙ୍କ ଠାରୁ ପରିବା କିଣିଲେ ୨୦ ପ୍ରତିଶତ ରିହାତି ମିଳୁଛି। ଏହା ସହିତ ସରକାର ଲୋକଙ୍କ ସୁବିଧା ପାଇଁ ଏକ ୱେବସାଇଟ ମଧ୍ୟ ଲଞ୍ଚ କରିଛନ୍ତି।

ମିଳିବ ତାଜା ପରିବା

ବିହାର ସରକାର ଲୋକଙ୍କ ସୁବିଧା ପାଇଁ ଆଠଟି ଭ୍ୟାନରେ ଲୋକଙ୍କ ପାଖକୁ ପରିବା ଯୋଗାଇବା ପାଇଁ ଉପଲବ୍ଧ ରହିବ। ଏହି ଭ୍ୟାନଟି ଅଲଗା ଅଲଗା ସମୟରେ ଲୋକଙ୍କୁ ପରିବା ପହଁଚାଇବ।
ରାଜ୍ୟ ସରକାର ପାଟଣା ଏବଂ ଆଖ-ପାଖ ଜିଲ୍ଲାର ଚାଷୀଙ୍କ ଠାରୁ ସିଧା ପରିବା କିଣି ବ୍ରିକ୍ରି କରିବେ।

ୱେବସାଇଟରେ କରିପାରିବେ ଅର୍ଡର

ଲୋକଙ୍କ ସୁବିଧା ପାଇଁ ସରକାର ଏକ ୱେବସାଇଟ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। tarkari.org ନାମକ ଏହି ୱେବସାଇଟ ଜରିଆରେ ଲୋକମାନେ ଅର୍ଡର ଦେଇ ନିଜ ଘରକୁ ପରିବା ମଗାଇପାରିବେ। ସରକାରି ବିଭାଗ ଶୀଘ୍ର ଏକ ଆପକୁ ମଧ୍ୟ ଲଞ୍ଚ କରିବାକୁ ଯାଉଛନ୍ତି। ଗ୍ରାହକ ଆପକୁ ଯାଇ ମଧ୍ୟ ଅର୍ଡର କରିପାରିବେ।

Leave A Reply

Your email address will not be published.