ସରକାରୀ ସ୍କୁଲ୍‌ରେ ପଢ଼ୁଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜ୍ୟରେ ଝଡ଼

ରାଞ୍ଚି : କେବଳ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ ସରକାରୀ ଚାକିରି ମିଳିବ ବୋଲି ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଝାଡ଼ଖଣ୍ଡ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କର ଏହି ବୟାନକୁ ନେଇ ବିରୋଧୀ ସହ ମେଣ୍ଟ ସରକାରରେ ଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିରୋଧ କରିଛନ୍ତି ।

ଏହାକୁ ନେଇ ଝାଡ଼ଖଣ୍ଡ ରାଜନୀତିରେ ହୋ ହଲ୍ଲା ସୃଷ୍ଟି ହୋଇଛି । ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ଖୋଦ୍‌ ରାଜସ୍ୱ ମନ୍ତ୍ରୀ ମଧ୍ୟ ବିରୋଧ କରିଛନ୍ତି । ଶିକ୍ଷାମନ୍ତ୍ରୀଙ୍କ ବୟାନ ଅସମ୍ବିଧାନିକ ବୋଲି ରାଜସ୍ୱ ମନ୍ତ୍ରୀ ରାମେଶ୍ୱର ଉରାଂବ କହିଛନ୍ତି ।

govt job

ଝାଡ଼ଖଣ୍ଡର ପ୍ରମୁଖ ବିରୋଧୀ ପାର୍ଟି ବିଜେପି ଏହି ବୟାନକୁ ନେଇ ଶିକ୍ଷାମନ୍ତ୍ରୀଙ୍କୁ ସମାଲୋଚନା କରିଛି । ଏହା ମନ୍ତ୍ରୀଙ୍କ ପିଲାଳିଆମି ବୋଲି ବିଜେପି କହିଛି । ଶିକ୍ଷାମନ୍ତ୍ରୀ ଆହୁରି କହିଥିଲେ ଯେ ଅନ୍ୟ କାର୍ଯ୍ୟ କରୁଥିବା ଶିକ୍ଷକଙ୍କୁ ଏଥିରୁ ବିରତ କରାଯିବ । ଯାହାଦ୍ୱାରା ଶିକ୍ଷକମାନେ ପିଲାଙ୍କ ଶିକ୍ଷା ପ୍ରତି ଦୃଷ୍ଟି ଦେଇ ପାରିବେ ।

Leave A Reply

Your email address will not be published.